ଭାରସାମ୍ୟ ହରାଇ ଓଲଟିଲା ଅଟୋ ,ଜଣେ ମୃତ, ଚାରି ଗୁରୁତର

ନବରଙ୍ଗପୁର(ବସନ୍ତ କୁମାର ସାହୁ) :-ଭାର ସାମ୍ୟ ହରାଇ ଓଲଟିଲା ଅଟୋ ଜଣେ ମୃତ, ଚାରି ଗୁରୁତର। ଗୁରୁତରଙ୍କୁ  ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଏକମ୍ବା ଗ୍ରାମ ନିକଟରେ ଗୋଟିଏ ଅଟୋ ଭାର ସାମ୍ୟ ହରାଇ ରାସ୍ତା ଉପରେ ହିଁ କଚାଡି ହୋଇପଡିଥିଲା। ଦେଖଣାହାରିଙ୍କ କହିବାନୁଯାୟୀ ଅଟୋରେ ଦଶରୁ ଉର୍ଦ୍ଧ୍ବ ଲୋକ ବସିଥିବା ବେଳେ ଅଟୋଟି ଦ୍ରୁତଗତିରେ ଯାଉଥିଲା, ତେବେ ଏହି ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପାଞ୍ଚ ଜଣଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ନେବା ବାଟରେ ଘସିଆ ସାନ୍ତା ଙ୍କ ମୃତ୍ୟୁ ଘଟିଥିଲା ଯାହା  ଉପସ୍ଥିତ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ବେହେଡା ପଞ୍ଚାୟତ ର କେନ୍ଦୁଗୁଡା ଗ୍ରାମରୁ ଏକ ଅଟୋରେ ଝରିଗାଁ ବ୍ଲକ ସ୍ଥିତ ଗବା ଗୁଡା ଗ୍ରାମକୁ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ।ଦଶା  କାର୍ଯ୍ୟସାରି ସନ୍ଧ୍ୟ7 ଘଣ୍ଟା ସମୟରେ ଫେରିବା ବାଟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା. ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତାହତ ବ୍ୟକ୍ତି ମଧ୍ୟରେ ଦୁଇ ଗୁରୁତର ମହିଳା ହେଲେ ହାରା ସାନ୍ତା,ଲାଦମା ସାନ୍ତା,ପୁରୁଷ ଙ୍କ ମଧ୍ୟରେ ପତି ସାନ୍ତା, ଏବଂ  ସାତ ବର୍ଷର ଜଣେ ଶିଶୁଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।