ଆମେରିକାରେ ସାମୟିକ ଭାବେ ଅଚଳ ହୋଇଛି ବିମାନ ସେବା

ହାଇଦ୍ରାବାଦ : ଆମେରିକାରେ ସାମୟିକ ଭାବେ ଅଚଳ ହୋଇଛି ବିମାନ ସେବା । ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନର ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ କମ୍ପ୍ୟଟରରେ ତ୍ରୁଟି ଦେଖାଯିବା ପରେ ସମଗ୍ର ଦେଶରେ ବିମାନ ଉଡାଣକୁ ବନ୍ଦ ରଖାଯାଇଛି । ଏୟାର ଟ୍ରାଫିକ କଣ୍ଟ୍ରୋଲର କମ୍ପ୍ୟୁଟର ସିଷ୍ଚମ ଅଚଳ ହୋଇପଡିଛି । ଯାହାଦ୍ୱାରା ବିମାନ ଚଳାଚଳ କ୍ଷେତ୍ରରେ ଯୋଗାଯୋଗ ହୋଇପାରୁ ନାହିଁ । ଏଥିପାଇଁ ସମସ୍ତ ଏୟାର ଲାଇନ୍ସରେ ଉଡାଣକୁ ଠପ କରାଯାଇଛି । ବତ୍ତମାନ ଆମେରିକାରେ ପ୍ରାୟ କୌଣସି ବିମାନ ଆକାଶମାର୍ଗରେ ଦେଖାଯାଉ ନାହାନ୍ତି । ଏହି ଯାନ୍ତ୍ରିକ ତ୍ରୁଟି ଓ ସୃଷ୍ଟି ହୋଇଥିବା ବୈଷୟିକ ଅଚଳାବସ୍ଥା ନେଇ ଆମେରିକା କେନ୍ଦ୍ରୀୟ ଉଡାଣ ପ୍ରାଶାସନ ସୂଚନା ଦେଇଛି । ସମସ୍ୟା ସମ୍ପର୍କରେ ଜଣାପଡିବା ପରେ ଦେଶର ସମସ୍ତ ବିମାନ ବନ୍ଦରକୁ ଏନେଇ ଅବଗତ କରାଯାଇଛି ।