ଷ୍ଟାରଙ୍କ ପରଫରମାନ୍ସରେ ଦୁଲୁକିବ ବାରବାଟୀ

ଓଡିଶା : ଆରମ୍ଭ ହେଲା ହକି ମହାକୁମ୍ଭ । ହକି ଉଦଘାଟନୀରେ କମ୍ପିଲାଣି ବାରବାଟୀ ଷ୍ଟାଡିୟମ । କ୍ରିକେଟ ମଇଦାନରେ ବାଜିଲାଣି ହକି ବିଗୁଲ । ଏହି ଉଦଘାଟନୀ ଉତ୍ସବକୁ ଆହୁରିୁ ମନୋଲୋଭ କରିବା ପାଇଁଡେଦଶ ବିଦେଶରୁ ଆସିଛନ୍ତି ବଡ ବଡ କଳାକାର । ଯାହାଙ୍କ ପରଫରମାନ୍ସରେ ବାରବାଟୀ ହେବା ଐତିହାସିକମୟ ।
ତେବେ ଉଦଘାଟନୀ ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଦଘାଟନ ପରେ ଆରମ୍ବ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବଲିଉଡ ଷ୍ଟାର ରଣବୀର ସିଂ, ଦିଶା ପଠାନୀ, ବେନି ଦୟାଲ, ପ୍ରୀତମ, ନମିତା, ରୁତୁ ରାଜ, ଏଲିନା ପ୍ରଭୃତି ।
ହେବାକୁ ଯାଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ବିଷୟରେ ଆସନ୍ତୁ ଜାଣିବା :
୧.ଅପରାହ୍ନ ୩ଟାରେ ଡିଜେ
୨. ଅପରାହ୍ନ ୩.୫୦ରେ ଅରୁଣା ମହାନ୍ତି ଓ ନମିତା ମେଲେକା ଦ୍ୱାରା ଆଦିବାସୀ ଚିତ୍ର କଳା ପ୍ରଦର୍ଶନ
୩. ଅପରାହ୍ନ ୪ଟାରେ ସ୍ନିତି ମିଶ୍ରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ
୪. ଅପରାହ୍ନ ୪.୨୫ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁଫଙ୍କ ଦ୍ୱାରା ନୃତ୍ୟ ପରିବେଷଣ
୫. ଅପରାହ୍ନ ୪.୩୫ରେ ରାପର ବିଗ ଡିଲଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ
୬. ଅପରାହ୍ନ ୪.୪୫ରେ ରିତୁ ରାଜ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ
୭. ସନ୍ଧ୍ୟା ୫.୧୦ରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ଦ୍ୱାରା ନୃତ୍ୟ ପରିବେଷଣ
୮. ସନ୍ଧ୍ୟା ୫.୨୦ରେ ଲିସା ମିଶ୍ରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ
୯. ସନ୍ଧ୍ୟା ୬.୦୦ରେ ଭବ୍ୟ ସ୍ୱାଗତ ଓ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା
୧୦. ସନ୍ଧ୍ୟା ୬.୧୫ରେ ହକି ବିଶ୍ୱକପ ସଙ୍ଗୀତ ପରିବେଷଣ ଓ ଜାଇଲୋବ୍ୟାଣ୍ଡ ପ୍ରଦର୍ଶନ
୧୧. ସନ୍ଧ୍ୟା ୬.୨୦ରେ ସମ୍ନାନିତ ଅତିଥିଙ୍କ ଦ୍ୱାରା ଭାଷଣ ପରିବେଷଣ ଓ ଆତସବାଦୀ ସୋ
୧୨. ସନ୍ଧ୍ୟା ୬.୩୧ରେ ବ୍ଲାକସ୍ୱାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ
୧୩. ସନ୍ଧ୍ୟା ୬.୪୫ରେ ଦିଶା ପଠାନିଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ
୧୪. ସନ୍ଧ୍ୟା ୬.୫୭ରେ ପ୍ରୀତମ, ନୀତିମୋହନ, ବେନି ଦୟାଲ ଓ ଅନ୍ୟ ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଓ ଡ୍ରୋନ ସୋ
୧୫. ସନ୍ଧ୍ୟା ୭.୪୨ରେ ରଣବୀର ସିଂଙ୍କ ଦ୍ୱାରା ନୃତ୍ୟ ପରିବେଷଣ
୧୬. ସନ୍ଧ୍ୟା ୮.୦୦ରେ ନକାଶ ଅଜିଜଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ
୧୭. ସନ୍ଧ୍ୟା ୮.୨୫ରେ ଏଲିନା ସାମନ୍ତରାୟଙ୍କ ଦ୍ୱାରା ନୃତ୍ୟ ପରିବେଷଣ
୧୮. ସନ୍ଧ୍ୟା ୮.୩୫ରେ ଅନନ୍ୟା ନନ୍ଦଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ
ତେବେ, ଆଜି ଏହି ସବୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଚମକିଉଠିବ କଟକ ବାରବାଟୀ ।