ଅପହରଣ ନୁହେଁ ୪ ଜଣ ଦୁର୍ଘଟଣାର ଶୀକାର ହୋଇଥିଲେ !

ଉମରକୋଟ : ୪ଜଣ ଅପହରଣ ଘଟଣାର ଆସିଲା ନୂଆମୋଡ । ସେଇ ୪ଜଣ ଅପହରଣ ନୁହେଁ ଦୁର୍ଘଟଣାର ଶୀକାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୂଯାୟୀ ଉମରକୋଟର ତପନ ସରକାର ନିଜ ସ୍ତ୍ରୀ ଓ ସମ୍ପର୍କୀୟଙ୍କ ସହ ଛତିଶଗଡର କାଂକେର କୁ ଭୋଜି ଖାଇବା ପାଇଁ ଯାଇଥିଲେ । ସେଠାରେ ବାହାଘର କାର୍ୟ୍ୟକ୍ରମରେ ଯୋଗଦେଇ କାରରେ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିବା କାଂକେର ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ରାତିରେ ସେମାନେ ଘରକୁନ ଫେରିବାରୁ ତାଙ୍କ ପୁଅ ଏହି ଏତଲା ଦେଇଥିଲେ । ସପନ୍ ସରକାର, ତାଙ୍କ ସ୍ତ୍ରୀ ଓ ଦୁଇ ସମ୍ପର୍କୀୟ କୋଣ୍ଡାଗାଁ ହଜାରି ଢାଳି , ବିଶ୍ୱଜିତ୍ ଅଧିକାରୀ ନିଖେଜ ହୋଇଥିଲେ । କଙ୍କେର ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ୪ଜଣ ଫେରୁଥିବା କାରଟି ଏକ କୂଅ ଭିତରୁ ଠାବ କରାଯାଇଛି । ଅଗ୍ନିଶମ ବାହିନି ଦ୍ୱାରା କୂଅ ଭିତରୁ କାରଟିକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କାର ଭିତରେ ଥବବା ୪ଜଣଙ୍କ ଅବସ୍ଥା କିପରି ରହିଛି ତାହା ସ୍ୱଷ୍ଟ ହୋଇନାହିଁ ।