ରାଇରଙ୍ଗପୁରକୁ ଜିଲ୍ଲା ଘୋଷଣା ପାଇଁ ବିଜେପିର ଦାବି

ମୟୁରଭଞ୍ଜ /ସତ୍ୟନାରାୟଣ ପାଲ : ରାଇରଙ୍ଗପୁର ରାଇରଙ୍ଗପୁର ସହର ମୟୁରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ବାମନଘାଟି ଉପଖଣ୍ଡ ଜିଲ୍ଲା ସଦର ମହକୁମା ଠାରୁ ୮୫କିମି ତଥା ସୀମାନ୍ତ ତିରିଂ ଠାରୁ ୧୦୦କିମି ଦୂରରେ ଅବସ୍ଥିତ । ଏହା ୭ଟି ବ୍ଲକ ଏବଂ ପୌର ପାଳିକାକୁ ନେଇ ଗଠିତ । ବାମନଘାଟି ଉପଖଣ୍ଡର ସଦର ମହକୁମା ରାଇରଙ୍ଗପୁରରେ ସମସ୍ତ ଭିତ୍ତିଭୂମି ସହ ସମସ୍ତ ସରକାରୀ କାର‌୍ୟ୍ୟାଳୟ ଅବସ୍ଥିତ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅମଳରେ ୩୦ ଜିଲ୍ଲା ଗଠନ ସମୟରେ ବିଭିନ୍ନ କାରଣରୁ ରାଇରଙ୍ଗପୁର ଜିଲ୍ଲା ମାନ୍ୟତାରୁ ବଞ୍ଚିତ ହୋଇଥିଲା । ସେହି ଦିନରୁ ବାମନଘାଟି ଉପଖଣ୍ଡବାସୀଙ୍କ ମନରେ ଅସନ୍ତୋଷର ନିଆଁ ଜଳୁଛି । ଜିଲ୍ଲା ମାନ୍ୟତା ନପାଇବାରୁ ବିକାଶ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତିରେ ରାଇରଙ୍ଗପୁରରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ଆସନରେ ଅଧିକାରୀ ତଥା ସାନ୍ତାଳୀ ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ । ଏହାର ଗୁରୁତ୍ୱ ସାରା ଦେଶରେ ବଢିଛି ।

ସବୁ ଭିତ୍ତିଭୂମିସହ ଜିଲ୍ଲା ମାନ୍ୟତାରୁ ବାମନଘାଟି ବଂଚିତ,ଉପେକ୍ଷିତ ଏବଂ ଅବହେଳିତ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ, ଗମନାଗମନ ସବୁଥିରେ ପଛୁଆ । ସବୁକିଛି ବିଚାର କରି ଶୁକ୍ରବାର ଦିନ ବିଜେପି ଦଳ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଅଣ୍ଟା ଭିଡ଼ି ଥିଲେ।ସର୍ବ ସମ୍ମତି କ୍ରମେ ନୂତନ କ୍ରିୟା ଅନୁଷ୍ଠାନ କମିଟିର ନାମ “ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି “ଦିଆଯାଇଛି । ଏହି ସଭାରେ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ,କେନ୍ଦ୍ର ରକ୍ଷାମନ୍ତ୍ରାଳୟର କମିଟି ସଦସ୍ୟ ସଂଜୀବ ମହାନ୍ତି,ରାଇରଙ୍ଗପୁର ବିଧାୟକ ନଵ ଚରଣ ମାଝୀ,ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ,ଜିଲ୍ଲା ଆଇଟି ସେଲ ଶଶାଙ୍କ କୁମାର,ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି କିଶୋର ରଜକ,ଜିଲ୍ଲା ଉପସଭାପତି ମନୋଜ ଦାସ,ବରିଷ୍ଠ ନେତା ପ୍ରଦୀପ ରାଉତ, ଶିବ କୁମାର ଅଗ୍ରୱାଲ,ଯୋଗେନ୍ଦ୍ର ଦେହୁରୀ, ସଂଜୟ ସାହୁ,ସିକନ୍ଦର ଦାସ ତଥା ବିଜେପି କାଉନସିଲର ଦେବାଶିଷ ନାୟକ, ସୂର‌୍ୟ୍ୟମଣି ହାଁସଦା,କୃଷ୍ନାଦେବୀ ସ୍ୱାମୀ ଉପସ୍ଥିତ ଥିଲେ।