ମାଲକାନଗିରି / ସୂର୍ଯ୍ୟ କାନ୍ତ ବେହେରା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପୂର୍ବରୁ ବିଚ୍ଛିନାଚଳ ଥିଲା । ନା ପହଞ୍ଚି ପାରୁଥିଲା ସରକାରୀ ସୁବିଧା ନା ଯୁବ ଗୋଷ୍ଟି ଆଗକୁ ବଢ଼ିବା ପାଇଁ କିଛି ସାହାର୍ଯ୍ୟ । ସେଠାରେ ଚାଲିଥିଲା କେବଳ ମାଓବାଦୀଙ୍କ ନାଲିଆଖିର ଶାସନ । କିନ୍ତି ଗୁରୁପ୍ରିୟା ସେତୁ ହେବା ପରେ ବଦଳିଛି ସ୍ୱାଭିମାନ ଅଞ୍ଚଳର ଚିତ୍ର ଓ ବିଛିନାଚଳରେ ରହୁଥିବା ଯୁବକ ଏବେ ଆଗକୁ ବଢି ସମାଜର ପ୍ରତ୍ୟକ ଚାଲି ଚଳଣି ସହ ସାମିଲ ହେବା ସହ ପାଉଛନ୍ତି ସରକାରୀ ସୁବିଧା । ତେବେ ଏହି ଯୁବକ ମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହେଉଛି ବି ଏସ ଏଫ ଯବାନ । ଏଥିସହ ସେହି ଅଂଚଳରେ ଥିବା ଯୁବକ ମାନଙ୍କ ବିକାଶ ଲାଗି ଏବେ ଅଣ୍ଟା ଭିଡିଛନ୍ତି । ତେଣୁ ସ୍ଵାଭିମାନ ଅଞ୍ଚଳ ସମେତ ଅନ୍ୟ ଅଞ୍ଚଳର ମୋଟ ୩୦ ଜଣ ଯୁବକ ଓ ଯୁବତୀଙ୍କୁ ମାଲକାନଗିରି ଠାରୁ କର୍ଣାଟକା ପଠାଯାଇଛି ।
କର୍ଣାଟକା ରାଜ୍ୟପାଳ ଭବନ, ବିଭିନ୍ନ ମନ୍ତ୍ରୀ, ନେତା, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ପ୍ରତିଷ୍ଠାନ, ସିନେ ତାରକା, ଟିଭି ତାରକା, ଖେଳ ତାରକା, ମାନଙ୍କ ସହ ଏହି ଯୁବ ପୀଢି ମାନେ ମିଶିବେ । ଏଥିସହ ଐତିହାସିକ ଓ ସାଂସ୍କୃତିକ ସ୍ଥଳୀ ଗୁଡିକ ମଧ୍ୟ ପରିଭ୍ରମଣ କରିବୋ ଏହା ଦ୍ୱାରା ଦେଶରେ ଥିବା ସାମାଜିକ, ସାଂସ୍କୃତି ବିଷୟ ଏହି ଯୁବକ ଯୁବତୀ ମାନେ ଜାଣିପାରିବେ । ଏହି ଯୁବକ ମାନେ କେବଳ ତାଙ୍କ ଅଞ୍ଚଳରେ ରହିଯିବା ଫଳରେ ସାରା ଦେଶରେ କଣ ଅଛି, କେଉଁ ସ୍ଥାନରେ କେଉଁ ଐତିହାସିକ କୀର୍ତି ଅଛି, ଦୁନିଆ କେତେ ଆଗକୁ ଯାଇଛି ସେ ସମ୍ବନ୍ଧରେ ଜାଣି ପାରୁନାହାନ୍ତି । ତେଣୁ ସେମାନଙ୍କୁ ଦେଶର ସମସ୍ତ ବିଷୟ ଜାଣିବା ପାଇଁ ବି.ଏସ. ଏଫ ଓ ମାଲକାନଗିରି ନେହେରୁ ଯୁବ କେନ୍ଦ୍ର ତରଫରୁ ଏହି କାର୍ୟ୍ୟକ୍ରମକୁ ହାତକୁ ନିଆ ଯାଇଛି । ତେବେ ବି ଏସ ଏଫ ତରଫରୁ କରାଯାଉଥିବା ଏପରି କାର୍ୟ୍ୟକ୍ରମକୁ ସାଧାରଣ ରେ ପ୍ରଶଂସା କରାଯାଉଛି ।