ନବରଙ୍ଗପୁର / (ପୂର୍ଣ୍ଣଚନ୍ଦ୍ର ନାୟକ ) : ଉମରକୋଟ ସାମ୍ବାଦିକ ସଂଘ ଛାଡଖାଇ ବେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ମାନୀୟ ଅତିଥି ଭାବେ ଶ୍ରୀ ଯୁକ୍ତ ହିମାଚଳ ମାଝୀ,ଶ୍ରୀ ଶୁଭେନ୍ଦୁ ଶବର , ଉମରକୋଟ ଆଇଆଇସ ଶ୍ରୀ ଦୀପକ୍ କୁମାର ଜେନା, ଯୋଗଦେଇ ଥିଲେ । ବରିଷ୍ଟ ସାମ୍ୱାଦିକ ପ୍ରଶାନ୍ତ ସାହୁ , ରାମ ନାୟକ, ମନହର ମହାନ୍ତି ଜଗ ଦାନରେ ସଭାପତି ସମ୍ପାଦକ କୋଷାଧ୍ୟକ୍ଷ ସମେତ ଉମରକୋଟ , ରାଇଘର, ଝରିଗାଁ, ଚଣ୍ଡାହାଣ୍ଡି, ଓ ଡାବୁଗାଁ, ସାମ୍ୱାଦିକ ଉପସ୍ଥିତି ଥିଲେ ।
ଏହି ସାମ୍ବାଦିକ ମାନଙ୍କ ଛାଡଖାଇ କାର୍ଯ୍ୟକ୍ରମ ରେ ଉମରକୋଟ ବିଡିଓି ଶ୍ରୀ ମାଝୀ , ଏସଡିପିଓ ଉମରକୋଟ, ଆଇଆଇସ ଉମରକୋଟ ଓ ବରିଷ୍ଟ ସାମ୍ୱାଦିକ ଶ୍ରୀ ପ୍ରଶାନ୍ତ ସାହୁ ସମସ୍ତ ସାମ୍ୱାଦିକ ଙ୍କୁ କିଭଳି ଭାବରେ ସତ୍ୟତା ସମ୍ବାଦ ପ୍ରସାରଣ କରିବେ । କିଭଳି ଭାବରେ ସତ୍ୟତା ଦୁର୍ନୀତି ଅଭିଯୋଗ , ଓ ସମାଜ ଉନ୍ନତି କରଣ କୁ ଲୋକ ଲୋଚନ କୁ ଆଣିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୪୫ରୁ ଉର୍ଦ୍ଧ ସାମ୍ୱାଦିକ ଉପସ୍ଥିତ ଥିଲେ।