ସପ୍ତମ ରାଉଣ୍ଡ ଗଣତିରେ ବିଜେପି ଆଗୁଆ

BJP is leading in the seventh round of counting

ଧାମନଗର : ଧାମନଗରରେ ସବୁ ଦଳର ବଢୁଛି ହାର୍ଟବିଟ । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ସପ୍ତମ ରାଉଣ୍ଡ ଗଣତି ଆରମ୍ଭ ହୋଇଛି ।

ଲଗାତାର ସପ୍ତମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଏହି ରାଉଣ୍ଡରେ ବିଜେପି ସୂର‌୍ୟ୍ୟଂବଶୀ ୫୨୦୦ ଭୋଟରେ ଆଗୁଆ । ବିଜେଡି ଅବନୀ ଦାଶ ୨୫,୯୦୮, କଂଗ୍ରେସ ୧୧୨୨, ସ୍ୱାଧିନ ୪୯୫୩ ରେ ରହିଛି ।