ଗୋପ /ଜୟନ୍ତ ସେଠୀ : କାଳୀ ପୂଜା କୁ ନେଇ ଚଳଚଂଚଳ ହେଉଛି ଶ୍ରୀକ୍ଷେତ୍ର ପୂରୀ । ବିଶେଷ କରି ପୁରୀ ବାଲି ସାହିରେ ଥିବା ପ୍ରସିଦ୍ଧ ବାଟ କାଳୀ ମନ୍ଦିର ରେ କାଳୀ ପୂଜା ନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଚିଂଛି । କାଳୀ ପୂଜା ଦିନ ମା ବାଟ କାଳୀ ଙ୍କ ମହାକାଳୀ ପୂଜା ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ନିଶାର୍ଦ୍ଧ ରେ ମା ବାଟ କାଳୀ ଙ୍କ ପୂଜା ଅନୁଷ୍ଠିତ ହେବ। ଅନେକ ଗୁପ୍ତ ନିତି ଥିବା ବେଳେ ଚଣ୍ଡୀ ପାଠ ଅନୁଷ୍ଠିତ ହେବ। ସେହି ପରି କାଳୀ ପୂଜା ଦିନ ଦେଵୀ ବାଟ କାଳୀ ଙ୍କ ପାଖରେ ନବ ରାତ୍ର ପୂଜା ମଧ୍ୟ ଅନୁଷ୍ଠିତ ହେବ।
ତେବେ ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ଗତ ଦୁଇ ବର୍ଷ ହେବ ଭକ୍ତ ମା ଦର୍ଶନ ରୁ ବଞ୍ଚିତ ଥିଲେ। ତେବେ ଚଳିତ ବର୍ଷ କଟକଣା ନ ଥିବା ହେତୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ କାଳୀ ପୂଜା ରେ ମା ବାଟ କାଳୀ ଙ୍କ ଦର୍ଶନ ପାଇଁ ଆସିବେ ବୋଲି ଆଶା କରାଯାଉଛି। ପୁରୀ ବାଲିସାହି ରେ ଥିବା ମା ବାଟ କାଳୀ ମନ୍ଦିର ବହୁ ପୁରାତନ ଦେଵୀ ମନ୍ଦିର। ମା ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ଆସନ୍ତି । ଏଠାରେ ପ୍ରତିଦିନ ମା ଙ୍କ ବାଳଧୁପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆଳତି, ରାତି ରେ ବଡ ସିଂହାର ବେଶ ଅନୁଷ୍ଠିତ ହେଇଥାଏ। ବାଳଧୁପ ରେ ବିଭିନ୍ନ ଫଳ, ମଧ୍ୟାହ୍ନ ଧୂପ ରେ ଖିରି ବିରି ଭୋଗ ଏବଂ ପ୍ରତ୍ୟେକ ମଙ୍ଗଳ ବାର ଆମିଷ ଭୋଗ ତଥା ଶଙ୍ଖୁଡ଼ି ଭୋଗ ମା ବାଟ କାଳୀ ଙ୍କୁ ଲାଗି ହୋଇଥାଏ।