ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀ ନଗରରେ ହୋଇଛି ଏସିଆର ସର୍ବବୃହତ ପ୍ରତିରକ୍ଷା ପ୍ରଦର୍ଶନୀ । ଡିଫେନ୍ସ ଏକ୍ସପୋର୍ଟ ୨୦୨୨ ଅନୁଷ୍ଠିତ ହୋଇଛି । ଏହି ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ପ୍ରଧାନ ମନ୍ତ୍ରୀ ଅଭିଭାଷଣ ଦେଉଛନ୍ତି । ଏହା କେବଳ ଭାରତ ଉତ୍ପଦିତ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ ଅଟେ । ତେବେ ପ୍ରଧାନମନ୍ତ୍ରୀ ଉଦଘାଟନ ସହିତ ସମସ୍ତଙ୍କୁ ଉଦବୋଧନ ମଧ୍ୟ ଦେଉଛନ୍ତି ।
୩ଟିସେନାକୁ ମଜଭୁତ କରିସାରିବା ପରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ଭାଷଣରେ କହୁଛନ୍ତି ଭାରତ ନୂଆ ଭବିଷ୍ୟତର ସଶକ୍ତ ଆରମ୍ଭ କରିଲା । କିଛି ଦେଶ ପାଇଁ ଏହା ଦୁଃଖ ଖବର ହୋଇଥିବା ବେଳେ ଅନ୍ୟ ଦେଶ ଗୁଡିକ ଆମ ଉନ୍ନତିରେ ଖୁସି ହୋଇ ଉତ୍ସାହିତ କରୁଛନ୍ତି । ଆମ ମିତ୍ର ଦେଶ ଆଫ୍ରିକା ଆମ କାନ୍ଧକୁ କାନ୍ଧ ମିଳାଇ ସାଙ୍ଗରେ ଠିଆ ହୋଇଛନ୍ତି । ଇଣ୍ଡିଆ ଆଫ୍ରିକା ଡିଫେନ୍ସ ଡାଇଲୋଗ ମଧ୍ୟ ଆଗକୁ ଆରମ୍ଭ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ।