ହୁତୁ ହୁତୁ ହୋଇ ଜଳିଗଲା ମାଲ ବୋଝେଇ ଟ୍ରକ

ରାଇରଙ୍ଗପୁର( ସତ୍ୟନାରାୟଣ ପଲ୍‌):- କଲିକତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଜଳିଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଘଟଣା ଘଟିଯାଇଛି। ମଧ୍ୟରାତ୍ରିରେ ଏକ ଲୁହାପଥର ବୋଝେଇ ଟ୍ରକ କେଉଁଝର ରୁ କଲିକତା ଅଭିମୁଖେ ଆସୁଥିବା ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକରେ ସଟସର୍କିଟ୍ ହୋଇ ନିଆଁ ଲାଗି ଯାଇଥିଲା । ଭାଗ୍ୟବଶତଃ ଟ୍ରକ୍ ଭିତରେ ଥିବା ଡ୍ରାଇଭର ଗାଡିରୁ ବାହାରି ଆସିଥିଲା। ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।