ନକଲି ଜର୍ଦା ଏବଂ ଖେଶରୀ ଡାଲି ପୋତିଲା CMC

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ରବି ବାର କଟକ ମହାନଗର ନିଗମ ପକ୍ଷରୁ ଜଗତପୁର ଶିଳ୍ପାଞ୍ଚଳରେ ଜବତ ହୋଇଥିବା ନକଲି ଜର୍ଦା ଏବଂ ଖେଶରୀ ଡାଲି ପୋତିଲା CMC । ପୂର୍ବରୁ ମାଲଗୋଡମରେ CMC ପକ୍ଷରୁ ନକଲି ସାମଗ୍ରୀ ବିକ୍ରି ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ସ୍କ୍ୱାର୍ଡ ଟିମ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ନକଲି ଡାଲି ଜବତ କରିଥିଲା ବିଭାଗ। ଅନ୍ୟପଟେ ଗତପୁର ଥାନା ପୋଲିସ ଚଢ଼ାଉ କରି ନକଲି ଜର୍ଦା ପାନ ମସଲା ଜବତ କରିଥିବା ସାମଗ୍ରୀକୁ ମଧ୍ୟ ପୋତିଛି ବିଭାଗ । ଏ ସବୁ ସାମଗ୍ରୀର ଆନୁମାନିକ ମୂଲ୍ୟ ୮ଲକ୍ଷ ହେବ ବୋଲି CMC ପକ୍ଷରୁ କୁହାଯାଇଛି।