ହିଞ୍ଜିଳି: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ରେ ଘରର କାନ୍ଥ ଓ ଛାତ ଭୂଶୁଡି ପଡିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗୁରୁତର ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ଦେବରାଜ ନାୟକଙ୍କ ଘରେ ଗ୍ୟାସ୍ ଲିକ୍ରୁ ଅଘଟଣ ଘଟିଛି। ଉକ୍ତ ଘରେ ୫୦ରୁ ଊର୍ଦ୍ଧ୍ୱ କମର୍ସିଆଲ୍ ସିଲିଣ୍ଡର ଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ଲିକ୍ ପରେ ଫାଟିଥିବା ସୂଚନା ମିଳିଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁଃଖଦ ଘଟଣା ବିଷୟରେ ଗୋପାଳପୁର ବିଜେଡ଼ି କର୍ମକର୍ତ୍ତାମାନେ ଜାଣିବା ପରେ ଆହତମାନଙ୍କୁ ମେଡିକାଲକୁ ପଠାଇବା ସହ ଦୁଇ ଜଣ ଗୁରୁତରଙ୍କ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।