ପୁରୀ ବେଳାଭୂମିରେ ବଢ଼ିଲା ପର୍ଯ୍ୟଟକଙ୍କ ସୁରକ୍ଷା : ସମୁଦ୍ରର ନିର୍ଦ୍ଧିଷ୍ଟ ଅଞ୍ଚଳରେ ଅଣ୍ଡର କରେଣ୍ଟ ସୂଚନା ପରେ ଲଗାଯାଇଛି ରେଡ ଫ୍ଲାଗ

ପୁରୀ: ବଢ଼ିଲା ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା । ପୁରୀ ସମୁଦ୍ରର ନିର୍ଦ୍ଧିଷ୍ଟ ଅଞ୍ଚଳରେ ଅଣ୍ଡର କରେଣ୍ଟ ସୂଚନା ମିଳିବା ପରେ ପର୍ଯ୍ୟଟକଙ୍କ ସୁରକ୍ଷା ବଢ଼ାଇ ଦିଆ ଯାଇଛି ।ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦଉଡି ବାନ୍ଧି ପର୍ଯ୍ୟଟକଙ୍କୁ ସେହି ସବୁ ସ୍ଥାନକୁ ଯିବାକୁ ବାରଣ କରିଛି ସ୍ଥାନୀୟ ପ୍ରଶାସନ । ଆଜି ପୂର୍ଣ୍ଣିମା ଥିବାରୁ ସମୁଦ୍ର ସ୍ନାନ ଅସୁରକ୍ଷିତ ଥିବାକୁ ନେଇ ପୁରୀ ବେଳାଭୂମିରେ ଲଗାଯାଇଛି ରେଡ ଫ୍ଲାଗ ।

ସମୁଦ୍ର ଜୁଆରିଆ ଥିବାରୁ କରେଣ୍ଟ ଅଧିକ ଥିବାକୁ ନେଇ ଲାଇଫଗାର୍ଡଙ୍କ ପକ୍ଷରୁ ସଚେତନତା ଓ ସତର୍କତା ପ୍ରଦାନ କରାଯାଇଛି । ବେଳାଭୂମିର ୧୪ଟି ବାଥିଂ ଜୋନ୍ ମଧ୍ୟରୁ ୧,୩ ଓ ୯ ନମ୍ବର ବାଥିଂ ଜୋନ୍ ଅସୁରକ୍ଷିତ ଥିବାରୁ ସେଠାରେ ଦଉଡ଼ି ବନ୍ଧା ଯାଇ ରେଡ ଫ୍ଲାଗ ଲଗାଯାଇଛି । ସେହିଭଳି ସେହିସବୁ ସ୍ଥାନରେ ଗାଧେଇବା ବିପଦଜନକ ବୋଲି ଘୋଷଣା କରିଛି ଅଗ୍ନିଶମ ବିଭାଗ । ତେବେ ଜୁଆରିଆ ସମୁଦ୍ର ଥିବାରୁ ବେଳାଭୂମିରେ ଆଜି ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଜଣେ ନିଖୋଜ ହୋଇଯାଇଛନ୍ତି ।