ଭୁଶୁଡିଯିବ କି କଂଗ୍ରେସ ?

ଗୋଆ:ଏବେ କଂଗ୍ରେସରେ ଚାଲିଛି ଇସ୍ତପା ପର୍ବ । ବିଭିନ୍ନ ରାଜ୍ୟରୁ ଆସୁଛି ଦଳୀୟ ମତଭେଦ ।୫ରାଜ୍ୟରେ ୨୦୨୨ ବିଧାନସଭା ନିର୍ବାଚନ ପରାଜୟ ପରେ ଯେମିତି ଭାଙ୍ଗିବାକୁ ବସିଲାଣି କଂଗ୍ରେସ ଦଳର ଅଣ୍ଟା । ଗୋଆ କଂଗ୍ରେସରେ ସମସ୍ୟାକୁ ନେଇ ଦଳ ଆକ୍ଟିଭ ହୋଇଥିବା ବେଳେ ଉତ୍ତରାଖଣ୍ଡ କଂଗ୍ରେସରେ ବିଦ୍ରୋହୀଙ୍କ ମେଳି । ଦଳ ଛାଡ଼ିଛନ୍ତି ଉତ୍ତରାଖଣ୍ଡରେ ଦୁଇ କଂଗ୍ରେସ ବିଧାୟକ । ସେପଟେ ବିଜେପରି ତଡାଖାଇଥିବା ହରକ ସିଂ କଂଗ୍ରେସରେ ସାମିଲ ହେବାପରେ ତୁଙ୍ଗନେତା ମାନଙ୍କୁ ନେଇ କରୁଥିବା ବୈଠକରେ କଂଗ୍ରେସର ଟେନସନ ବଢିବାରେ ଲାଗିଛି ।୫ବିଧାୟକଙ୍କ ସହ ସଂମ୍ପର୍କ ହେଉନଥିବା ବେଳେ କଂଗ୍ରେସ ପ୍ରଭାରୀ ଦୀନେଶ ଗୁଣ୍ଡୁରାଓ ଓ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ କାମତ ଓ ମାଇକେଲ ଲୋବୋଙ୍କୁ ଦଳ ବିରୋଧରେ ଷଡଯନ୍ତ୍ର କରୁଥିବା ଅଭିଯୋଗ ମଧ୍ୟ ହୋଇଛି ।ବିଜେପି ପ୍ରତେକ ବିଧାୟକଙ୍କୁ ୨୫କୋଟି ଦେଉଥିବା ମଧ୍ୟ ଅଭିଯୋଗ ହେଉଛି ।