ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଠୋର ହେଉଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପନିର ଓ ଛେନା ଅପମିଶ୍ରଣ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା । ଚଢାଉ ବେଳେ କେବଳ କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ସେହିଭଳି ନିଆଳିରେ ଚଢ଼ାଉ କରି ଅପମିଶ୍ରିତକାରୀଙ୍କ ବିରୋଧରେ BNS ଧାରା ୨୭୫, ୩୧୮, ୪୩୫ ଅନୁସାରେ ତାଙ୍କ ନାଁରେ ଏତଲା କରାଯାଇଛି ।
ଆହୁରି ମଧ୍ୟ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ ଦୁଇ ବର୍ଷରେ ୯୫ ଲକ୍ଷ ୯୧ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ମୋଟ୍ ୪୧୩ଟି ମାମଲା ରୁଜୁ କରାଯାଇଛି । ୭୩୯୨ଟି ଲିଗାଲ ସାମ୍ପଲ କଲେକ୍ସନ କରାଯାଇଛି । ବିଏମସି, କେଏମସି ଓ ଆରଏମସି ଭଳି ଅନ୍ୟ ସ୍ଥାନରେ ଚଢ଼ାଉ କରାଯାଉଛି । କେବଳ ଭୁବନେଶ୍ୱରରେ ୨୮୧୦ଟି ସାମ୍ପଲ ସଂଗ୍ରହ ହୋଇଥିଲା ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।