ଉମରକୋଟ: ଭିଜିଲାନ୍ସ ହାତରେ ଧରା ପଡିଲେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ । ୨୦ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବାର ସୂଚନା ମିଳିଛି। ଏକ ଘରୋଇ ବିବାଦ ମାମଲାର ରଫାଦଫା କରିବାକୁ ଅତିରିକ୍ତ ଥାନା ଅଧିକାରୀ ୨୦ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଭିଜିଲାନ୍ସ ଟିମ୍ ନିକଟରେ ଏନେଇ ଅଭିଯୋଗକାରୀ ଆଗରୁ ଲିଖିତ ଅଭିଯୋଗ କରିଥିଲେ। ତାପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଲିମରାଜ ପ୍ରଧାନଙ୍କୁ ଗିରଫ କରିଛି।
ଟଙ୍କା ନେଇ ଦୌଡ଼ି ପଳାଉଥିବା ବେଳେ ଗୋଡାଇ ଗୋଡାଇ ଧରିଥିଲେ ଭିଜିଲାନ୍ସ ଅଧିକାରୀ । ଅତିରିକ୍ତ ଥାନା ଅଧିକାରୀ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ନଳିନକାନ୍ତ ନାୟକ ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ । ନବରଙ୍ଗପୁର ଭିଜିଲାନ୍ସ ଓ ମାଲକାନଗିରି ଭିଜିଲାନ୍ସର ୧୪ ଜଣିଆ ଟିମ୍ ମିଳିତ ଭାବେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ ।