ପୁଣି ଦନ୍ତା ମୃତ ଦେହ ଉଦ୍ଧାର

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା

(ଅନୁଗୁଳ) : ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । ପମ୍ପାସର ରେଞ୍ଜ ଟାଇସି ନୂଆପଡା ନିକଟସ୍ଥ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। । ହାତୀର ବୟସ ପାଖାପାଖି ୭ରୁ ୧୦ ବର୍ଷ ମଧ୍ୟରେ ହେବ । ତେବେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇଛନ୍ତି।

ମୁତ୍ୟୁର କାରଣ ଅଷ୍ପଷ୍ଟ ରହିଥିବା ବେଳେବେଳେ କିଛିଦିନ ପୂର୍ବରୁ ଅନୁରୂପ ଏକ ଛୁଆ ହାତୀରର ଟିକରପଡା ନିକଟସ୍ଥ କୁଶଖଳା ନିକଟରେ ମୁତ୍ୟୁ ହୋଇଥିଲା। ଅନୁଗୁଳରେ ଗୋଟିଏ ପରେ ଗୋଟିଏ ହାତୀର ମୁତଦେହ ଠାବ ହେଉଛି।

 

ଅନ୍ୟପଟେ , ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ୨ ଶିକାରୀ । ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଦୁଇ ଜଣ ହେଲେ ଜଳନ୍ଧର ନାୟକ ଓରଫ୍ ( ଜଳିଆ) ଏବଂ ବୁଦ୍ଧିମାନ ରାଉତ ଓରଫ୍ (ବୁଦ୍ଧିଆ)। ତେବେ ଗିରଫ ସଂଖ୍ୟା ୫ରେ ପହଞ୍ଚିଛି। ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।