ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ରାଜ୍ୟସଭାର ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ନିରଞ୍ଜନ ବିଶିଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ। ଚଳିତ ରାଜ୍ୟସଭା ନିର୍ବାଚନରେ ଓଡି଼ଶାରୁ ୪ ଆସନ ଲାଗି ନିର୍ବାଚନ ହୋଇଥିଲା। ବିଜେଡି ପକ୍ଷରୁ ସୁଲତା ଦେଓ, ମାନସ ମଙ୍ଗରାଜ, ସ୍ମସିତ ପାତ୍ର, ନିରଞ୍ଜନ ବିଶି ପ୍ରାର୍ଥୀ ହୋଇଥିଲେ। ତେବେ ସଂଖ୍ୟା କମ୍ ଥିବାରୁ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇନଥିଲା। ଫଳରେ ସମସ୍ତେ ନିନ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସିଏମସି କମିଶନର ସୁବାଷ ସିଂ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ନିରଞ୍ଜନ ବିଶି ନିର୍ବାଚିତ ହୋଇଥିଲେ।