ଖୁବଶୀଘ୍ର ହଲରେ ରିଲିଜ ହେବ ଫିଲ୍ମ ‘ରାମ ସେତୁ’

ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ୱୀରାଜ’ ପରେ ଅକ୍ଷୟ କୁମାର ଫ୍ୟାନଙ୍କୁ ଦେବେ ହିଟ୍ ଫିଲ୍ମ ।

(ମୁମ୍ବାଇ) : ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ୱୀରାଜ’ ପରେ ଅକ୍ଷୟ କୁମାର ଫ୍ୟାନଙ୍କୁ ଦେବେ ହିଟ୍ ଫିଲ୍ମ । ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଫିଲ୍ମ ଫ୍ଲପ୍ ହେବା ପରେ ଅକ୍ଷୟ କୁମାରଙ୍କ ତୃତୀୟ ଫିଲ୍ମ ଉପରେ ଆଶା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୁହାଯାଉଥିଲା, ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ ଓଟିଟିରେ ରିଲିଜ ହେବ, କିନ୍ତୁ ଏବେ ସମସ୍ତଙ୍କୁ ଚକିତ କରି ନିର୍ମାତା ଏହି ଫିଲ୍ମକୁ ଥିଏଟରରେ ରିଲିଜ୍ କରିବାକୁ ଘୋଷଣା କରିଛନ୍ତି। ଏନାଲିଷ୍ଟ ତରନ ଆଦର୍ଶ ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି ।

ତରନ ଆଦର୍ଶ ଲେଖିଛନ୍ତି, ରାମ ସେତୁ ଓଟିଟିରେ ରେ ନୁହେଁ, ସିନେମାଘରେ ରିଲିଜ୍ ହେବ। ଅକ୍ଷୟ କୁମାରଙ୍କ ଅଭିନୀତ ରାମ ସେତୁ ଥିଏଟରରେ ରିଲିଜ୍ କରିବ ଏବଂ କୌଣସି ଡିଜିଟାଲ ପ୍ଲାଟଫର୍ମରେ ନୁହେଁ, ଯାହା ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ କଳ୍ପନା କରାଯାଉଥିଲା। ରାମ ସେତୁ ,ଦିପାବଳୀ ୨୦୨୨ ପ୍ରେକ୍ଷାଳୟରେ ସେଲିବ୍ରେଟ୍ କରିବ। ନିର୍ମାତା ବିକ୍ରମ ମଲହୋତ୍ରା ଏହା ସ୍ପଷ୍ଟ ଭାବେ କହିଛନ୍ତି।

ସୂଚନାନୁଯାୟୀ , ଅକ୍ଷୟ କୁମାରଙ୍କ ଲଗାତାର ଦୁଇଟି ଫିଲ୍ମ ଫ୍ଲପ୍ ପରେ ରାମ ସେତୁକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯିବ। କିନ୍ତୁ ନିର୍ମାତା ଫିଲ୍ମଟିକୁ ସିନେମାଘରେ ରିଲିଜ୍ କରିବାକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କହିଛନ୍ତି ।