ଥଣ୍ଡା ହେଲେ ଟେଷ୍ଟିଂ କରନ୍ତୁ , ଆତଙ୍କ ହେବାର କିଛି ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ ସଂକ୍ରମଣ ସଂଖ୍ୟା ତଳ ଉପର ହେଉଛି ।
(ଭୁବନେଶ୍ୱର) : ରାଜ୍ୟରେ ସଂକ୍ରମଣ ସଂଖ୍ୟା ତଳ ଉପର ହେଉଛି । ଥଣ୍ଡା, କାଶ ଓ ଜ୍ୱର ହେଲେ ତୁରନ୍ତ ଆଇସୋଲେଟ ସହ ଟେଷ୍ଟିଂ କରନ୍ତୁ। ୧୦ ହଜାର ଟେଷ୍ଟରୁ ୨୫ ପଜିଟିଭି ବାହାରୁଛି। ପଜିଟିଭିଟି ହାର ୦.୦୫% ରହୁଛି। ଏହାକୁ ନେଇ ଆତଙ୍କ ହେବାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, କରୋନା ସଂକ୍ରମଣ ଏଭଳି ତଳ ଉପର ହେବ। କେଉଁଠି ବଢ଼ିବ କେଉଁଠି କମିବ। କଣ୍ଟା ଟ୍ରେସିଂ ପରେ ଆଇସୋଲେଟ କରି ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ମେଡିକାଲ, ବସ୍ଷ୍ଟାଣ୍ଡ ଓ ଏୟାରପୋର୍ଟ, ରେଲୱେ ଷ୍ଟେସନ ଭଳି ସମ୍ବେଦନଶୀଳ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଏପରିକି ବିମାନରେ ଯାତ୍ରା ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାନୁଯାୟୀ , ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୭୬୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।