ଆନ୍ଦୋଳନକୁ ଓହ୍ଲାଇବବେ ଓଡ଼ିଶା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

ଗୋପ/( ଜୟନ୍ତ ସେଠୀ):- ଆନ୍ଦୋଳନ କୁ ଓଲ୍ହାଇବେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ସପ୍ତମ ବେତନ ହାରରେ ବେତନ ପ୍ରଦାନ ପାଇଁ ସରକାର ଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପଦ୍ଧତି କୁ ବିରୋଧ କରି ମିଳିତ ମଞ୍ଚ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛି । ମିଳିତ ମଞ୍ଚ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏକ ସାମ୍ବାଦିକ ସମିଳନୀ ରେ ମିଳିତ ମଞ୍ଚ ଏହି ସୂଚନା ଦେଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ଙ୍କୁ ଗତ ଜାନୁଆରୀ ଏକ ତାରିଖ ରୁ ସପ୍ତମ ବେତନ ପ୍ରଦାନ ନେଇ ରାଜ୍ୟ ସରକାର ଗତ ଜାନୁଆରୀ ୧୧ ତାରିଖରେ ବିଜ୍ଞାପ୍ତି ପ୍ରକାଶ କରିଥିଲେ । ପୁଣି ପାଞ୍ଚ ମାସ ପରେ ଗତ ୧୩ ଏପ୍ରିଲ ରେ ସପ୍ତମ ବେତନ ପ୍ରଦାନ ପାଇଁ ଏକ ନୂଆ ପଦ୍ଧତି ତଥା ମୋଡାଲିଟ ପ୍ରକାଶ କରିଥିଲେ । ଯାହା ଦ୍ୱାରା ଅନେକ ଶିକ୍ଷକ , କର୍ମଚାରୀ ସପ୍ତମ ବେତନ ପାଇବାରୁ ବଞ୍ଚିତ ହେବେ । ଏ ନେଇ ରାଜ୍ୟ ସରକାରଙ୍କ ସହ ମିଳିତ ମଞ୍ଚ ଆଲୋଚନା କରିଥିଲେ ମଧ୍ୟ କେହି ଏହି ଦାବି ପ୍ରତି ଦୃଷ୍ଟି ଦେଉ ନ ଥିବା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ର ପୁରୀ ଜିଲ୍ଲା ପକ୍ଷରୁ ଅଭିଯୋଗ କରାଯାଇଛି ।।ଏଣୁ ସାରା ରାଜ୍ୟ ରେ ମିଳିତ ମଞ୍ଚ ର କର୍ମକର୍ତ୍ତା , ଶିକ୍ଷକ , କର୍ମଚାରୀ ରାଜ ରାସ୍ତା କୁ ଓଲ୍ହାଇ ତୀଵ୍ର ପ୍ରତିବାଦ କରିବେ  ବୋଲି  ମିଳିତ ମଞ୍ଚ କହିଛି। ତେବେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏହି ସମସ୍ୟା ରେ ହସ୍ତକ୍ଷେପ କରି ଶିକ୍ଷକ କର୍ମଚାରୀ ଙ୍କୁ ସପ୍ତମ ବେତନ ପ୍ରଦାନ ରେ ସହଯୋଗ କରିବକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।