ଫିଲ୍ମ ଦୁନିଆରେ ପାଦ ଥାପିବେ ଧୋନୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖାଇବେ ନିଜର ଦାୟିତ୍ୱ । ପ୍ରଡ୍ୟୁସର ଭାବେ ବହନ କରିବେ ନିଜ ଦାୟିତ୍ୱ । ଫିଲ୍ମରେ ହିରୋଇନ ହେବେ ସାଉଥ ଗ୍ଲାମର ନୟନତାରା ଧୋନୀ ଏବେ ଆଇପିଏଲରେ ବ୍ୟସ୍ତ ଥିବାରୁ ସେ ଏହି ଦାଇତ୍ୱ ରଜନୀକାନ୍ତଙ୍କ ନିକଟତର ଭାବେ ବିବେଚନା କରାଯାଉଥିବା ସଞ୍ଜୟଙ୍କୁ ପ୍ରଦାନ କରିଛନ୍ତି । ତାମିଲ ଫିଲ୍ମ ପ୍ରତି ତାଙ୍କର ପୂର୍ବରୁ ଆକୃଷ୍ଟ ରହିଥିଲା ।

ସେ ନିଜର ବାୟୋପିକ ଏମଏସ ଧୋନୀ: ଦି ଅନଟୋଲ୍ଡ ଷ୍ଟୋରୀ ମଧ୍ୟ ତାମିଲ ସମେତ ଅନ୍ୟ ଭାଷାରେ ରିଲିଜ କରାଇଥିଲେ । ଫିଲ୍ମ ସମ୍ପର୍କରେ ଅଫିସିଆଲ ଘୋଷଣା କରାଯିବ । ଅପରପକ୍ଷରେ ନୟନତାରା ଏବେ ବଲିଉଡରେ ବ୍ୟସ୍ତ ଅଛନ୍ତି । ଏଟଲୀ ନିର୍ଦ୍ଦେଶିତ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହା ବ୍ୟତୀତ ସେ ଅନେକଗୁଡିଏ ତାମିଲ ଫିଲ୍ମ ମଧ୍ୟ ଡେଟ ଦେଇଛନ୍ତି । ଧୋନୀଙ୍କ ଫିଲ୍ମରେ ନୟନତାରାଙ୍କ ରୋଲ କଣ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ ।