ଅପରାଧି ଅପରାଧ ଛାଡ଼, ନହେଲେ କଟକ ଛାଡ଼: ପିନାକ୍ ମିଶ୍ର

କଟକ: କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପିନାକ୍ ମିଶ୍ର । କଟକ ଭଳି ପୁରୁଣା, ଐତିହ୍ୟ ସଂସ୍କୃତି ସମ୍ପର୍ଣ୍ଣ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ପିନାକଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ସିଲଭର ସିଟିରେ ଅପରାଧ, ସାଇବର କ୍ରାଇମ ଆଦିର ମୁକାବିଲା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ପିନାକ ।

ସେ ଆହୁରି ମଧ୍ୟ କହିଛନ୍ତି, ଅପରାଧ ନିୟନ୍ତ୍ରଣ ସହ ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବ ।ଅନ୍ୟପକ୍ଷେ କଟକରେ ବଢୁଥିବା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଚାଲିଥିବା ଅଭିଯାନ ଯେପରି ସୁଚାର ରୂପେ ଚାଲିବ ସେହିପରି ଆଭିମୁଖ୍ୟରେ କାମ କରାଯିବ ବୋଲି କଟକ ଡିସିପି ପିନାକ୍ ମିଶ୍ର କହିଛନ୍ତି ।ପୂର୍ବରୁ ବ୍ରହ୍ମପୁର ଏସପି ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ ପିନାକ୍ ମିଶ୍ର ।