ବ୍ୟୁରୋ : କଂଗ୍ରେସ ବିଧାୟକ ମାନଙ୍କୁ ଆସିଲା ଡାକରା । ଦଳୀୟ କାର୍ଯ୍ୟ ଉପରେ କରାଯିବ ତର୍ଜମା । ମେ ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ବୈଠକ । ଏହି ଡାକରା ବିଷୟରେ ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି । ସୁର ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀ ହାଇକାମାଣ୍ଡଙ୍କ ପକ୍ଷରୁ ତାଙ୍କୁ ଫୋନ ଆସିଥିଲା । ଏବଂ ସେ ଦିଲ୍ଲୀ ଯିବେ ବୋଲି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ କଂଗ୍ରେସ ଦଳ ମଧ୍ୟରେ ଅନ୍ତକନ୍ଦଳ ଲାଗି ରହିଛି । ଏବଂ ଏହାର କିପରି ସମାଧାନ କରାଯାଇ ପାରିବ ସେହି ସମ୍ପର୍କରେ ଆଲୋଚନା କରାଯିବାର ଚର୍ଚ୍ଚା ଜୋର ଧରିଛି । ବିଧାୟକ ତାରା ବାହିନୀପତି କହିଛନ୍ତି ଦିଲ୍ଲୀ ଗସ୍ତ ପୂର୍ବରୁ ସବୁ ବିଧାୟକ ମିଶି ଚର୍ଚ୍ଚା କରିବୁ । ରାହୁଲଙ୍କ ସହ କେଉଁ କେଉଁ ବିଷୟରେ ଆଲୋଚନା କରିବୁ ସେ ବିଷୟରେ ନିଷ୍ପତ୍ତି ନେବୁ । ଏବଂ ବିଧାୟକଙ୍କ ମଧ୍ୟରୁ କାହାରିକୁ ଦଳର ସଭାପତି କରିବା ପାଇଁ ପ୍ରସ୍ତାବ ଦିଆଯିବ । ଏହା ମଧ୍ୟରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ମଧ୍ୟ ଓଡିଶା ଆସି ବିଧାୟକଙ୍କ ସହ ଆଲୋଚନା କର ପିସିସି ପରିବର୍ତ୍ତନ ବିଷୟରେ ଅନୁସନ୍ଧାନ କରି ଫେରିଛନ୍ତି । ସେ ମଧ୍ୟ ୫ ତାରିଖ ଦିନ ହାଇକମାଣ୍ଡଙ୍କୁ ରିପୋର୍ଟ ପ୍ରଦାନ କରିବେ ।