ଟ୍ୱିଟରର ସିଇଓ ପରାଗ ବଦଳିବେ କି ?

ବ୍ୟୁରୋ : ଏଲନ ମସ୍କ ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ଆପ ଟ୍ୱିଟରକୁ କିଣିବା ପରେ ଟ୍ୱିଟର ସିଇଓ ପରାଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟ୍ୱିଟର କିଣିବା ପରେ ସମସ୍ତ ପୁରୁଣା କର୍ମଚାରୀ ମାନଙ୍କୁ ପରିବର୍ତ୍ତନ କରିବେ ବୋଲି ଏଲେନ ପରୋକ୍ଷରେ ସୂଚନା ଦେଇଛନ୍ତି ।

କିନ୍ତୁ ପରାଗଙ୍କ ଚାକିରି ଗଲେ ମଧ୍ୟ ସେ ଟ୍ୱିଟର ଠାରୁ ପ୍ରାୟ ୩୨୧ କୋଟି ଟଙ୍କା ପାଇବେ ବୋଲି କୁହାଯାଉଛି । ତାଙ୍କ ସହ୧ବର୍ଷର ଚୁକ୍ତି କରାଯାଇଥିଲା କିନ୍ତୁ ଯଦିପୂର୍ବରୁ ଚାକିରିରୁ ବାହାର କରାଯାଏ ତେବେ ଇକ୍ୱିଟି ଆକାରରେ ସେ ଏହି ଅର୍ଥ ପାଇବେ । ଟ୍ୱିଟରକୁ କିଣିବା ବିଶ୍ୱର ସବୁଠାରୁ ବଡ ଡିଲ ବୋଲି କୁହାଯାଉଛି । ଏଲନ ଏହାକୁ କିଣି ରେକର୍ଡ ତିଆରି କରିଛନ୍ତି ।