ମିଶନ ଇମ୍ପସିବୁଲ୍ ହେଲା ପସିବଲ୍: ATM ଲୁଟ ଘଟଣାରେ ୨ ଅଭିଯୁକ୍ତଙ୍କୁ କାବୁ କଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ୱର: ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାଶ । ଘଟଣାରେ ମିଳିଲା ବାଂଲାଦେଶ ଲିଙ୍କ। ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ। ଘଟଣାରେ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି।

ଘଟଣା ଅନୁଯାୟୀ, ମାତ୍ର ୨୦ ମିନିଟ୍‌ ଭିତରେ ସିସିଟିଭି ସର୍ଭେଲାନ୍ସରେ ଥିବା ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକର ଏଟିଏମକୁ ସମ୍ପୂର୍ଣ୍ଣ ତାଡ଼ି ୨୦ ଲକ୍ଷ ଟଙ୍କା ଲୁଟିିବାରେ ସଫଳ ହୋଇଥିଲେ ଲୁଟେରା। ତେବେ ଏଟିଏମକୁ ତାଡ଼ି ନେବା ପରେ ତାକୁ ଭାଙ୍ଗିି ଗୁଣ୍ଡ କରି ଫିଙ୍ଗି ଦେଇଥିଲେ ଏହି ଏଟିଏମ ଲୁଟେରା ଦଳ। କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏହି ବଡ଼ ଧରଣର ଲୁଟ୍। କିନ୍ତୁ ସବୁ ସତ୍ୱେ ଧଉଳି ଥାନା ଇନ୍ଦିରା କଳୋନୀ ଅଞ୍ଚଳରେ ଥିବା ଏଟିଏମ୍‌ର ସିସିଟିଭି ସର୍ଭେଲାନ୍ସରେ କଏଦ ହୋଇଥିବା ଲୁଟ୍ ସମୟରେ ସମସ୍ତ ଦୃଶ୍ୟ । ଆଉ ପୂର୍ବ ଯୋଜନା ଅନୁଯାୟୀ ଆଖି ପିଛୁଳାକେ ଆରମ୍ଭ ହୋଇଥିଲା ଏଟିଏମ ତାଡ଼ିବାର ସମ୍ପୂର୍ଣ୍ଣ ଘଟଣା।

ତେବେ ଏହି ଘଟଣାର ପର୍ଦ୍ଦାଫାଶ କମିଶନରେଟ୍‌ ପୋଲିସ୍‌ ପାଇଁ ଥିଲା ଏକ ଖୋଲା ଚ୍ୟାଲେଞ୍ଜ ହୋଇଥିଲା । ଘଟଣାରେ ଏଟିଏମଟି ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ଥିବା ସତ୍ୱେ ଦୁର୍ବୃତ୍ତମାନେ କିଭଳି ଭାବେ ଏହାକୁ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ, ତାହାକୁ ନେଇ ପୋଲିସ ସମ୍ମୁଖରେ ବଡ଼ ପ୍ରଶ୍ନ ଆସିଥିଲା । ତେବେ ପୂର୍ବରୁ ଦିଲ୍ଲୀରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଖୋଜୁଥିଲା । ତେବେ ଏହି ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟ ବାଙ୍ଗାଦେଶୀ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଗ୍ୟାଙ୍ଗକୁ ଧରିବାକୁ କମିଶନରେଟ୍ ପୋଲିସର ଏକ ଟିମ୍ ବାଙ୍ଗାଲୋର ଯାଇଥିଲା । ସେଠାରେ ବିଭିନ୍ନ ହୋଟେଲରେ ଚଢ଼ାଉ କରିବା ପରେ ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ।