କେନ୍ଦ୍ର ସରକାରଙ୍କ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଅନୁଗୁଳରେ ବିଶ୍ଵ ସ୍ୱାସ୍ଥ ଦିବସ ପାଳନ ହୋଇଯାଇଛି

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟୋଗୀତା ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ଅନଗୁଳ ଜିଲ୍ଲାର ପାଲଲହଡ଼ା ବ୍ଲକ ଖମାର ଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ବିଶ୍ଵ ସ୍ୱାସ୍ଥ ଦିବସ ମହାସମାରୋହରେ ଗତକାଲି ପାଳିତ ହୋଇଯାଇଛି । ଜନ ଶିକ୍ଷଣ ସଂସ୍ଥାନ ନିର୍ଦ୍ଦେଶିକା ଡାକ୍ତର ପ୍ରଜ୍ଞା ଏଲିନା ଭାଲେଣ୍ଟିନା ମିଶ୍ର ଅଧକ୍ଷତା କରିଥିଲେ। ଅନୁଗୁଳ ଜିଲ୍ଲାପାଳ ତଥା ଯୁବ ଆଇଏଏସ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ତମ ସ୍ୱାସ୍ଥ ନିମନ୍ତେ ଖାଦ୍ୟପେୟ ସହ ଉପଯୁକ୍ତ ବ୍ୟାୟାମ ଓ ପରିବେଶର ଯତ୍ନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଖମାର ପାଥମିକ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶଶିକାନ୍ତ ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମୋବାଇଲ୍ ଅପବ୍ୟବହାର କ୍ଷେତ୍ରରେ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ କିଭଳି ନକରାତ୍ମକ ପ୍ରବାହ ପକାଇଥାଏ ସେ ସମ୍ପର୍କରେ ତାଙ୍କର ଶୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି।

ସମ୍ମାନିତ ଅତିଥି ଭାବରେ କୌଶଳ ବିକାଶ ର ଗଵେଶିକା କୁମାରୀ ଯୋଜୋ ଉପସ୍ଥିତି ରହି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସରକାରଙ୍କ ପକ୍ଷରୁ ନେଉଥିବା ସକରାତ୍ମକ ପଦକ୍ଷେପ ଉପରେ କହିଥିଲେ ଏବଂ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁକାନ୍ତୀ ହିବ୍ରୁ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିବା ବେଳେ ଜନ ଶିକ୍ଷଣ ସଂସ୍ଥାନ ର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ସୌରୀ ପଣ୍ଡା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସଂସ୍ଥାନର କର୍ମଚାରୀ ତଥା ଦକ୍ଷ ସଂଗଠକ ମନୋଜ କୁମାର ଆମନ୍ତ ଓ କୁମାରୀ ସୁପ୍ରଭା ନାୟକ ସଭା ପରିଚାଳନା କରିଥିଲେ।କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ପିଲାଙ୍କ ମଧ୍ୟରେ ଏକ ପ୍ରଶ୍ନ ଉତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଜୟୀ ପ୍ରତିଯୋଗିତାଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।