ଭୁବନେଶ୍ୱର: ଆପଣଙ୍କ ଘରର ଆସବାବପତ୍ର ସୁରକ୍ଷିତ ତ? ଆପଣ ଏହି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । ତେବେ ଏଭଳି ପ୍ରଶ୍ନ ପଚାରିବାର କାରଣ ଏହିକି ଯେ, ଘର ସଫା ନାଁ’ରେ କଳାକନା ବୁଲାଇଛନ୍ତି ଜଣେ ସହାୟିକା । ଘର ସଫା ବାହାନାରେ ଚୋରି କରୁଥିଲା ଘରୋଇ ସହାୟିକା। ତେବେ ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ବର ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍ ଅଞ୍ଚଳରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ରାଜଧାନୀ ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଆଇଆରସି ଭିଲେଜରେ ରହୁଥିବା ସ୍ୱାଗତ ମହାନ୍ତିଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହାୟିକା କାମ ଆଢୁଆଳରେ କଳାକନା ବୁଲାଇଛନ୍ତି। ଘରୋଇ ସହାୟିକା ଜଣକ ଆସବାବପତ୍ର ସଫା କରିବା ବାହାନାରେ ଜିନିଷ ତଥା ପଇସା ପତ୍ର ଚୋରି କରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଛି । ସେପଟେ ଘଟଣାକୁ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ ସ୍ବାଗତ ମହାନ୍ତି । ଅଭିଯୋଗ ପରେ ପୋଲିସ ସିସିଟିଭିକୁ ଯାଞ୍ଚ କରି ଛାନ୍ଭିନ୍ ଆରମ୍ଭ କରିଛି ।