ରାଉରକେଲା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ଫାଇଭ୍‌-ଟି ସଚିବ

ଭୁବନେଶ୍ୱର: ରାଜ୍ୟରେ ହକିକୁ ଗୋଟିଏ ନୂଆ ପରିଚୟ ତଥା ଏହାର ମୂଳଦୁଆକୁ ସୁଦୃଢ଼ କରିବା ନିମନ୍ତେ ଆଜି ରାଉରକେଲା ଗସ୍ତ କରିବେ 5-ଟି ସଚିବ । ରାଉରକେଲା ନିର୍ମାଣ ହେବାକୁ ଯାଉଥିବା ବୃହତ୍ତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ । ତେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ରାଉରକେଲା ଗସ୍ତ କରିଛନ୍ତି ।

ସୂଚନାଅନୁଯାୟୀ, ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରାଯିବା ସହିତ ଏହାର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯିବ । ଏହାସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ଆଦି ରହିଛି । ସମୟସୂଚୀ ଅନୁଯାୟୀ, ଶୁକ୍ରବାର ସକାଳ ୧୦ ଟା ୧୫ରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି ।

ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର ଭିନିଲ କ୍ରୀଷ୍ଣା ଓ ଇଡକୋ ଏମଡି ଭୁପିନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।ସକାଳ ୧୦ ଟା ୨୫ ସମୟରେ ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରାଯିବ ।ଅନ୍ୟପକ୍ଷେ ୨୦୨୨ ଜୁଲାଇ ସୁଦ୍ଧା ଏହି ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।