ୟୁକ୍ରେନ ଓ ଋଷର ଏହି ମହା ଯୁଦ୍ଧ ଭାରତ ପାଇଁ ଅଗ୍ନି ପରୀକ୍ଷା ଦେବାଭଳି ହୋଇଛି । ଏପଟେ ୟୁକ୍ରେନ ଭାରତକୁ ତାକୁ ସାହଯ୍ୟ କରିବାକୁ କହିଥିବା ବେଳେ , ଭାରତ କାହାର ସାଥ ଦେବ ଏ ନେଇ ଦ୍ୱନ୍ଦରେ ପଡିଯାଇଛି । ସେପଟେ ଦୁଇ ଦେଶର ଯୁଦ୍ଧ ଖୁବ ତୀବ୍ର ହେବାରେ ଲାଗିଛି । ଏହା ଭିତରେ ଋଷ ସହ ଆଲୋଚନା କଲା ପରେ ବି କୌଣସି ପଦକ୍ଷେପରେ ପହଞ୍ଚି ହେଉନି । ୟୁକ୍ରେନ ଓ ଋଷର ଏହି ଯୁଦ୍ଧରେ ୟକ୍ରେନ ହାର ମାନି ବାକୁ ମଧ୍ୟ ପ୍ରସ୍ତୁତ ନାହିଁ କି ଋଷ ଟିକେ ପଛ ଘୁଞ୍ଚା ଦେଉ ନାହିଁ । ହଜାର ହଜାର ଯବାନ ସହିଦ ହୋଇ ଗଲେଣି ଏହି ଲଢେଇରେ । ଆଉ ଏହି ଘଡି ସନ୍ଧି ମୂହୁର୍ତ୍ତରେ ସବୁ ଦେଶ ନିଜ ନିଜ ସ୍ୱାର୍ଥ ଅନୁସାରେ ପଦକ୍ଷେପ ନେଉଛନ୍ତି । ଆମେରିକା ତା ନିଜ ସ୍ୱର୍ଥରେ ଥିବା ବେଳେ ନାଟୋ ମଧ୍ୟ ନିଜ ସ୍ୱର୍ଥରେ ରହିଛି ।କିନ୍ତୁ ବର୍ତ୍ତମାନ ଭାରତ କାହା ସପକ୍ଷରେ ପଦକ୍ଷେପ ନେବ, ଏ ନେଇ ସମସ୍ତଙ୍କ ନଜର ରହିଛି । କାରଣ ଅନ୍ୟ ଦେଶ ନିଜ ସ୍ୱାର୍ଥ ଦେଖୁଥିବା ବେଳେ ଭାରତ ଠାରୁ ନିସ୍ୱାର୍ଥ ପଦକ୍ଷେପ ଆଶା କରୁଛନ୍ତି । କାରଣ ସମସ୍ତଙ୍କୁ ଲାଗୁଛି କି ଭାରତ ଏହି ଯୁଦ୍ଧ ଭିତରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଅଉ ଏହି କଥାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବା କଥା କି ବଡ ବଡ ଦେଶ ଭାରତଠୁ ଏପରି ଅଶା କରୁଛନ୍ତି ।
ଭାରତ ଗୋଟିଏ ଲୋକତନ୍ତ୍ର ଦେଶ କିନ୍ତୁ ଋଷ ଆକ୍ରମଣ କରି କବ୍ଚା କରିଥିବା ଦେଶ ଅର୍ଥାତ ୟୁକ୍ରେନ ଲୋକତାନ୍ତ୍ରୀକ ଦେଶ ନୁହଁ । କିନ୍ତୁ ଭାରତ ଲୋକତନ୍ତ୍ରର ସାଥ ଦେଇଥାଏ । କେବଳ ସେତିକି ନୁହଁ, ଯେତେବେଳେ ୧୯୯୮ ମସିହାରେ ଯେେତେବେଳେ ଭାରତ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲା ସେତେବେଳେ ଭାରତ ଉପରେ ଆର୍ଥୀକ ସ୍ଥରରେ କଡା ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତାବ ରଖିଥିଲା ଟଘଝଉ । ଆଉ ଏହି ପ୍ରସ୍ତାବକୁ ଯେଉଁ ୨୫ ଦେଶ ରଖିଥିଲେ ସେମାନଙ୍କ ମଧ୍ୟରୁ ୟୁକ୍ରେନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଆଉ ଏହି ପରମାଣୁ ବୋମାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ୟୁକ୍ରେନ ଦାବି କରିଥିଲା । ୟୁକ୍ରନ ସେତେବେଳେ ପାକିସ୍ତାନକୁ ସହମତି କରୁଥିଲା । ହେଲେ ବର୍ତ୍ତମାନ ଯେଉଁ କଥା କୁହାଯାଉଛି କି ଭାରତ ୟୁକ୍ରେନର ସପକ୍ଷରେ ଯାଉ ତାହା କେତେ ଯୁକ୍ତି ଯୁକ୍ତ । କିନ୍ତୁ ଦେଖିବାକୁ ଗଲେ ଏହି ଯୁଦ୍ଧ ରେ ୟୁକ୍ରେନର କୌଣଷି ଦୋଷ ନାହିଁ । ତଥାପି ପାକିସ୍ତାନ ସହ ମିଶି ୟୁକ୍ରେନ ଯେଉଁ କାର୍ଯ୍ୟାନୁଷ୍ଠାନ କରିଥିଲା । ସେଥିପ୍ରତି ଦୃଷ୍ଟି ଦେବା ଦରକାର । କିନ୍ତୁ ସେପଟେ ଦେଖିବାକୁ ଗଲେ ଚିନ- ଭାରତ ମଧ୍ୟରେ ଯେତେବେଳେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଥିଲା ସେତେବେଳେ ଋଷ ଭାରତକୁ ସାହାଯ୍ୟ କରିବାକୁ ହାତ ବଢାଇ ଥିଲା । ଯାହାକୁ ଦେଖିବା ପରେ ଭାରତର ଭାରତକୁ କାହା ସପକ୍ଷରେ ଜିବା ଦରକାର ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ । କିନ୍ତୁ ତଥାପି ଭାରତର ପ୍ରଧାନମନ୍ତ୍ରୀ ନିରପେକ୍ଷ ହୋଇ ଦୁଇ ଦେଶଠୁ ଶାନ୍ତି ରକ୍ଷା କରିବାର ପ୍ରସ୍ତାବ ରଖିଛନ୍ତି ।