ଦୋଷୀଙ୍କୁ ଗିରଫ କର

ଭୁବନେଶ୍ୱର: ଦିନକୁ ଦିନ ବର୍ବରତାର ସୀମା ଟପୁଛନ୍ତି ବିଜେପିି କର୍ମୀ । କେତେବେଳେ ନିର୍ବାଚନୀ ହିଂସା ଘଟାଉଛନ୍ତି ତ କେତେବେଳେ ଗୋଷ୍ଠୀ ସଂଘର୍ଷ ଘଟାଉଛନ୍ତି । ଏନେଇ ଅନେକ ଅଭିଯୋଗ ହୋଇଛିି ବିଜେପିି କର୍ମୀଙ୍କ ନାଁରେ । ହେଲେ ଗତକାଲି ପ୍ରଚାରକୁ ନେଇ ଗୋଷ୍ଠୀ ମଧ୍ୟରେ ଯେଉଁ ଉତେଜନା ଦେଖା ଦେଇଛି ସେଥିରେ ଜଣଙ୍କର ଜୀବନ ଯାଇଛି । ଆଉ ଏନେଇ ଆଜି ବିଜେଡି କର୍ମୀ ଫେରାଦ ହୋଇଛନ୍ତି ନିର୍ବାଚନ ଆୟୋଗଙ୍କ ନିକଟରେ । ଏହି ହତ୍ୟାକାଣ୍ଡ ଘଟଣା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛି ବିଜେଡି । ତେଣୁ ସମ୍ପୃକ୍ତ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛି ବିଜେଡି ।
ସୂଚନାନୁସାରେ ଭଦ୍ରକ ଜିଲ୍ଲା ଧାମନଗର ଅଂଚଳ ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଂଚଳରେ ଘଟିଛି ନିର୍ବାଚନୀ ହିଂସାକାଣ୍ଡ । ଯେଉଁଥିରେ ଯାଇଛି ପ୍ରତାପ ଚନ୍ଦ୍ର ରାଉତଙ୍କ ଜୀବନ । ସୂଚନାନୁସାରେ ରବିବାର ରାତିରେ ପ୍ରତାପ ଘରକୁ ଫେରୁଥିବା ବେଳେ କିଛି ବିଜେପି କର୍ମୀ ତାଙ୍କୁ ଅଟକାଇଥିଲେ । ଆଉ ଏହାପରେ ତାଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ବାହାରକୁ ବାହାରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରତାପଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଗାଁରେ ଉତେଜନା ଦେଖା ଦେବା ସହ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି । ଏହାକୁ ଖଣ୍ଡନ କରିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ସେ କହିଛନ୍ତି ଏହାକୁ ବିଜେଡି ଅଧିକ ରଙ୍ଗ ଦେଇ କଥା କହୁଛି ।