ସାମ୍ନାକୁ ଆସିଲା ଏକ ମାରାତ୍ମକ ସଂକ୍ରାମକ ରୋଗ

ମହାମାରୀ କରୋନା ଭାଇରସର ତୃତୀୟ ଲହର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେ ଆଉ ଏକ ମାରାତ୍ମକ ସଂକ୍ରାମକ ରୋଗ ସାମ୍ନାକୁ ଆସିଛି।

(ଦିଲ୍ଲୀ) : ମହାମାରୀ କରୋନା ଭାଇରସର ତୃତୀୟ ଲହର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେ ଆଉ ଏକ ମାରାତ୍ମକ ସଂକ୍ରାମକ ରୋଗ ସାମ୍ନାକୁ ଆସିଛି। ଏହି ବିପଜ୍ଜନକ ରୋଗ ଲାସା ଜ୍ୱର ବା ଲାସା ଫିଭର ଭାବେ ଜଣାଶୁଣା। ଏହା ବିନା ଲକ୍ଷଣରେ ଜଣେ ବ୍ୟକ୍ତିଙ୍କୁ ଗୁରୁତର କରିବାର କ୍ଷମତା ରଖିଛି। ବ୍ରିଟେନରେ ଏହି ଜ୍ୱର ୩ ଜଣଙ୍କ ଜୀବନ ନେଇ ସାରିଲାଣି। ସେହିପରି ସ୍ୱାସ୍ଥ୍ୟ ଅଧିକାରୀମାନେ ଏହା ମହାମାରୀ ରୂପ ନେବାର କ୍ଷମତା ମଧ୍ୟ ରଖିଥିବା ଆଶଙ୍କା କରିଛନ୍ତି।

ସୂଚନାନୁଯାୟୀ , ଲାସା ଜ୍ୱରରେ ପୀଡ଼ିତ ହେଉଥିବା ୮୦% ଲୋକଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଉ ନାହିଁ। ସିଡିସିର ପ୍ରାଥମିକ ବିଶ୍ଳେଷଣରୁ ଜଣାପଡିଛି ଯେ ଲାସା ଜ୍ୱରରେ ଗୁରୁତର ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥାଏ।