ପ୍ରେମ ଦିବସର ମଜା ଉଠାଇଲେ କ୍ରିକେଟର କେଏଲ୍‌ ରାହୁଲ

ପ୍ରେମ ଦିବସର ଖୁବ ମଜା ଉଠାଇଲେ ଭାରତୀୟ କ୍ରିକେଟ ଖେଳାଳି କେଏଲ୍‌ ରାହୁଲ।

(ମୁମ୍ବାଇ) : ପ୍ରେମ ଦିବସର ଖୁବ ମଜା ଉଠାଇଲେ ଭାରତୀୟ କ୍ରିକେଟ ଖେଳାଳି କେଏଲ୍‌ ରାହୁଲ। ତାଙ୍କ ଗାର୍ଲଫ୍ରେଣ୍ଡ ଆଥିଆଙ୍କ ସହ ମନାଇଲେ ନିଜ ଭାଲେଣ୍ଟାଇନ୍‌ ଡେ’। ସୋଶାଲ ମିଡିଆରେ ଉଭୟଙ୍କ ଏକାଠି ଥିବା ଫଟୋ ସାମ୍ନାକୁ ଆସିବା ପରେ ଏଭଳି କିଛି ଚର୍ଚ୍ଚା ଚାଲିଛି।

ସୂଚନାନୁଯାୟୀ , ନିଜ ଇନ୍‌ଷ୍ଟାଗ୍ରାମରେ ରାହୁଲ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ନିଜ ଗାର୍ଲଫ୍ରେଣ୍ଡ ଆଥିଆଙ୍କ ସହ ଥିବା ଦେଖିବାକୁ ମିଳିଛି। ଦୁହେଁ ପୂରାପୁରି ମସ୍ତିମୁଡ୍‌ରେ ଥିବା ନଜର ଆସିଛନ୍ତି। ଏହି ଫଟୋକୁ ଶେଆର କରି କ୍ୟାପସନ୍‌ରେ ରାହୁଲ ଲେଖିଛନ୍ତି, ‘ହ୍ୟାପି ଡେ’। ଏଥିସହ କିଛି ହାର୍ଟର ଇମୋଜି ମଧ୍ୟ ଦେଇଛନ୍ତି।