ବିଜାପୁରରେ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ, ୪ ଯବାନ ଗୁରୁତର

ପୁଣି ଦେଖିବାକୁ ମିଳିଛି ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ ।

(ମାଲକାନଗିରି) : ପୁଣି ଦେଖିବାକୁ ମିଳିଛି ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଛି । ଫଳରେ ଚାରି ଜଣ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ତୁରନ୍ତ ବିଜାପୁର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁଯାୟୀ , ସମସ୍ତ ଯବାନ କୁମ୍ବିଂ ଅପରେସନ ସାରି ଯବାନ ମାନେ କ୍ୟାମ୍ପକୁ ଫେରୁଥିବା ସମୟରେ ନକ୍ସଲ ମାନେ ଚିନ୍ନାକୋଡ଼େପାଲର ଟିପୋଏଣ୍ଟ ଓ ମୁରକିନାର ମୁଖ୍ୟ ରାସ୍ତାରେ ଏହି ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ କରିଛନ୍ତି । ଘଟଣା ସ୍ଥଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି ଜୋରଦାର ଅପରେସନ ଆରମ୍ଭ କରିଛନ୍ତି।