ଥିରୁଅନନ୍ତପୁରମ: କେରଳର ବହୁ ଚର୍ଚ୍ଚିତ ୨୦୧୪ ନନ୍ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଶପ୍ ପ୍ରାଙ୍କୋ ମୁଲ୍ଲକଲଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । କୋଟ୍ଟାୟମ ଆଡିସନାଲ ସେସନ କୋର୍ଟ ପ୍ରାଙ୍କୋଙ୍କୁ ନିର୍ଦ୍ଦୋଶ ଖଲାସ କରିଛନ୍ତି । ପ୍ରାୟ ୩ ବର୍ଷରୁ ଅଧିକ ସମୟ ଧରି ଜଲେରେ ପ୍ରାଙ୍କୋ ରହିଥିଲେ । ୨୦୧୪ ମେ ୫ ତାରିଖରେ ବିଶପ ପ୍ରାଙ୍କୋ କୁରଭିଲାଙ୍ଗ କନଭେଣ୍ଟ ପରିଦର୍ଶନରେ ଆସିଥିଲେ । ରାତ୍ରୀ ରହଣି କ।।ଳରେ ପ୍ରାଙ୍କୋ ନନଙ୍କୁ ଦୁଷ୍କର୍ମ କରୁଥିଲେ । ୨୦୧୪ରୁ ୨୦୧୬ ମଧ୍ୟରେ ନନ୍ଙ୍କୁ ସେ ୧୬ ଥର ଦୁଷ୍କର୍ମ କରିଥିବା ନନ୍ ଉଲ୍ଲେଖ କରିଥିଲେ । ଏହା ପରେ ୨୦୧୮ରେ ପ୍ରାଙ୍କୋଙ୍କୁ ଗିରଫ କରାଯାଇଥିଲା ।
ମାତ୍ର ନନଙ୍କ ସମସ୍ତ ଅଭିଯୋଗକୁ ବିଶପ ମୁଲ୍ଲକଲ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ । କାରଣରେ ବିଶପ କହିଥିଲେ, ସେହି ନନ୍ଙ୍କର ଜଣେ ପୁରୁଷଙ୍କ ସହ ସମ୍ପର୍କ ଥିଲା । ଏନେଇ ପୁରୁଷଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମାମଲାର ଅଭ୍ୟନ୍ତରିଣ ତଦନ୍ତ ପାଇଁ ପ୍ରାଙ୍କୋ ଦିର୍ଦ୍ଦେଶ ଦେଇଥିଲେ । ଏଥିରେ କ୍ରୋଧିତ ଓ ପ୍ରତିଶୋଧ ପରାୟନ ହୋଇ ମିଛରେ ଅଭିଯୋଗ କରିଥିଲେ ।