(ଦୀପକ ମିଶ୍ର): ଢେଙ୍କନାଳରେ ଗୁଡ଼ ନ୍ୟୁଜ ହାଉସ ସେଲଟର ହେମ୍ରେ ଅନ୍ତେବାସିନୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବା ଅଭିଯୋଗ ଆସିବା ପରେ ମୟୁରଭଞ୍ଜ ଜିଲ୍ଲାର ବ୍ଲକ ଚୁଳିଆପୋଷି ଠାରେ ଥିବା ଏହାର ଶାଖାରେ ଦ୍ୱୀତୀୟ ଦିନରେ ଜିଲ୍ଲା ପ୍ରଶାସନ ତଦନ୍ତ କରିଛି । ତଦନ୍ତ ପରେ ଅନ୍ତେବାସିମାନେ ହଷ୍ଟେଲ ଛାଡ଼ିଛନ୍ତି ।
ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଚୁଳିଆପୋଷି ଠାରେ ଗୁଡ଼ ନିଉଜ୍ ଡ଼୍ରିମ୍ ହାଉସ ସେଲଟର ହୋମର ଶାଖାରେ ଆଜି ଦ୍ୱିତୀୟ ଦିନରେ ତଦନ୍ତ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଳା ଶିଶୁ ସୁରକ୍ଷା ଏବଂ ମଙ୍ଗଳ କମିଟି ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏକ ୪ ଜଣିଆ ଟମ୍ ଉପସ୍ଥିତିରେ ସେଲଟର ହେମ୍ ଛାଡ଼ିଛନ୍ତି ଅନ୍ତେବାସିନୀ । ଗତକାଲି ତଦନ୍ତ ପରେ ଆଜି ଦ୍ୱିତୀୟ ଦିନରେ ତଦନ୍ତକାରୀ ଦଳ ସେଲଟର ହୋମରେ ପହଚିଂ ଅନ୍ତେବାସିନୀଙ୍କ ଅଭିଭାବକଙ୍କୁ ଡ଼କାଇଥିଲେ । ଅଭିଭାବକଙ୍କ ସହିତ ଆଲୋଚନା ପରେ ଅନ୍ତେବାସିନୀ ମାନେ ଘରକୁ ଚାଲିଯାଇଛନ୍ତି । ଯାହାକି ଏହି ସେଳଟର ହେମ୍ରେ ସମୁୁଦାୟ ୬୧ ଜଣ ଅନ୍ତେବାସିନୀ ରହୁଥିବା ବେଳେ ଗତକାଲି ଦୁଇ ଜଣ ଅନ୍ତେବାସିନୀ ସେଲଟର ହୋମ ଛାଡ଼ିଥିବା ବେଳେ ଆଜି ଆଉ ବାକି ୫୯ ଅନ୍ତେବାସନୀ ସେଲରେ ହୋମ ଛାଡ଼ିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସେଲଟର ହୋମ ବିରୁଦ୍ଧରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିଶୁ କମିଟିର ଅଧ୍ୟକ୍ଷ ସୁୁଚନା ଦେଇଛନ୍ତି ।