ନର୍ଦ୍ଦମା ପାଇଁ ହତ୍ୟା

ରାୟଗଡା: ନର୍ଦ୍ଦମା ପାଣି ପଶିବାରୁ ଅଟକାଇବା ନେଇ ହୋଇଛି ଯୁକ୍ତିତର୍କ ଓ ହତ୍ୟା ଅଭିଯୋଗ । ରାୟଗଡା ଜିଲ୍ଲା ସଦର ବ୍ଲକ କୁମ୍ବିକୋଟା ହରିଜନ ସାହିରେ ଘଟିଛି ଏ ଭଳି ଘଟଣା । ମୃତକ ଜଣକ ହେଲେ ଅଜୟ କୋସଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆରମ୍ଭ କରିଛି ତଦନ୍ତ ।
ଅଭିଯୋଗ ଅନୁସାରେ, ହରିଜନ ସାହିରେ ନର୍ଦ୍ଦମା ପାଣି ଅଟକାଇବାକୁ ନେଇ ଅଜୟ କୋସଲା ଓ ଗୋରେଖ ଖୋରାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଉଭୟ ମଧ୍ୟରେ ଧସ୍ତାଧସ୍ଥି ମଧ୍ୟ ହୋଇଥିଲା । ଏହା ଫଳରେ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ ଅଜୟ । ତୁରନ୍ତ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅଜୟଙ୍କ ପରିବାର ପକ୍ଷରୁ ୪ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି ।