(ରଜନୀକାନ୍ତ ପାତ୍ର / ହିଞ୍ଜିଳି) : ଭାଙ୍ଗ ଭର୍ତ୍ତି ଏକ କାରକୁ ଜବତ କରିଛୀ ପୁଲିସ । ଫୁଲବାଣୀରୁ ଭାୟା ଭଞ୍ଜନଗର ବେଲଗୁଣ୍ଠା ଦେଇ ନୟାଗଡା ଅଭିମୁଖେ ଯାଉଥିଲା ଏହି ଭାଙ୍ଗ ଭର୍ତ୍ତୀ ଗାଡିଟି । ସେହି ସମୟରେ ବେଲଗୁଣ୍ଠା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହ ହେବାରୁ ଗାଡିକୁ ଅଟକାଇଥିକେଇଥିଲେ । ଯାଞ୍ଚକରିବାରୁ ଗାଡିରୁ ପାଇତିଲେ ଭାଙ୍ଗ । ଏହି ଘଟଣା ଶନିବାର ଅପରାହ୍ନ ୪ ଘଣ୍ଟା ବେଳେ ଘଟିଛୀ । କାରରୁ ୨୫ କେଜିର ୭ ଟି ପ୍ୟାକେଟ ୧୭୫ କେଜି ଭାଙ୍ଗ ଏବଂ ଜଣକୁ ଗିରଫ କରିଛି ପୁଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଯୋଗିଆ ପୋଲି ଗ୍ରାମର ଶ୍ରୀଧର ପରିଡା(୨୧) । ୩୮୧/୨୧ରେ ଏକ ମାମଲା ରୁଜୁ କରି ଶ୍ରୀଧର ପରିଡାକୁ ଆଜି ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ବେଲଗୁଣ୍ଠା ପୋଲିସ ସୂଚନା ଦେଇଛି ।