ବିଧାୟକଙ୍କ ପିପିଲି ଏନଏସି ସମୀକ୍ଷା

(ଜୟନ୍ତ କୁମାର ସେଠୀ / ଗୋପ) : ପିପିଲି ଏନଏସି ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ।ଆଜି ବିଧାୟକ ପିପିଲି ଏନଏସିର ବିଭିନ୍ନ ୱାର୍ଡ ରେ ଥିବା ସମସ୍ତ ଅସୁବିଧା କୁ ପଚାରି ବୁଝିଥିଲେ। ମୁଖ୍ୟତଃ ପିପିଲି ଏନଏସିରେ ଡ୍ରେନେଜ୍ ବ୍ୟବସ୍ଥା ଅତି ଶୋଚନୀୟ ଅବସ୍ଥାରେ ରହିଅଛି ଏହା କୁ ତୁରନ୍ତ କାର୍ୟ୍ୟ କରି କରିବା ସହ ଡ୍ରେନେଜ ଗୁଡ଼ିକୁ ସବୁ ଦିନ କ୍ଲିନ୍ କରିବା ପାଇଁ ଏନଏସି ଅଧିକାରୀଙ୍କୁ କହିଥିଲେ। ଏହାସହ ଧାନ ପୁର ପଞ୍ଚାୟତରେ ନିର୍ମାଣାଧୀନ ସ୍ମାର୍ଟ ମଶାଣିକୁ ଯାଇ ସେଠାରେ ଏହାର କାର୍ୟ୍ୟ ଉପରେ ପଚାରି ବୁଝିଥିଲେ। ନିର୍ମାଣଧୀନ ମଶାଣିରେ ୨ ଟି ଶ୍ମଶାନ ସହ ଗୋଟିଏ କାଠ ରକ୍ଷଣ ଗୃହ , ଟଏଲେଟ୍ ଗୃହ ସହିତ ଅଫିସ ଗୃହକୁ ନିରୀକ୍ଷଣ କରିଥିଲେ।ଏହା ସହ ୱାର୍ଡ ସ୍ତରରେ ରହିଥିବା ଲୋକଙ୍କ ବିଭିନ୍ନ ସମସ୍ୟାର କିଭଳି ସମାଧାନ ହେବ ଓ ସରକାରଙ୍କ ପକ୍ଷରୁ ଆସୁଥିବା ସମସ୍ତ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସିଧାସଳଖ ପହଞ୍ଚିବ ତାହା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ବିଧାୟକ।