ବରଗଡ: ବରଗଡ ଜିଲ୍ଳାର ୧୧ ନମ୍ବର ୱାର୍ଡରେ ଅଭାବନୀୟ ଘଟଣା । ପାରିବାରିକ କଳିକୁ ନେଇ ହୋଇଛି ଏସିଡ ଆଟାକ । ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବରଗଡ ଉପକଣ୍ଠ ନୂଆପଡାରେ ମନୋଜ ସୋନି ଏବଂ ପବନ ସୋନିଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡାରେ ଉତ୍ୟକ୍ତ ହୋଇ ପବନ ହଠାତ ମନୋଜଙ୍କ ଉପରକୁ ଏସିଡ ଆକ୍ରମଣ କରିଥିଲେ । ଝଗଡାର ସମାଧାନ କରିବା ପାଇଁ ୩ ଜଣ ପଡୋଶୀ ଆସିଥିବା ବେଳେ ସେମାନଙ୍କ ଉପରକୁ ମଧ୍ୟ ଏସିଡ ମାଡ କରିଥିଲେ ପବନ । ଫଳରେ ମନୋଜଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତ ଗୁରୁତରଙ୍କ ଉଦ୍ଧାର କରାଯାଇ ବୁର୍ଲା ମେଡିକାଳକୁ ସ୍ତାନାନ୍ତର କରାଯାଇଛି ।