ରାଉରକେଲା: ରାଉରକେଲା ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ “କ୍ଲିନ ଓ ଗ୍ରିନ” ତରଫରୁ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ଓ ଅନ୍ୟ ୧୨ଜଣଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଂପାଦକ ପ୍ରଦୀପ କୁମାର ଦାସ ଙ୍କ ନେତୃତ୍ଵରେ ସଦସ୍ୟମାନେ ଏସଟିଆଇ ଛକ ଫ୍ଲାଇଓଭର ଠାରେ ଏକତ୍ରିତ ହୋଇ ନିକଟ ଅତୀତରେ ଯେଉଁ ୧୩ଜଣଙ୍କ ଅକାଳ ମୃତ୍ୟୁରେ ସାରା ଦେଶବାସୀ ସ୍ତବ୍ଧ ହୋଇଛନ୍ତି ,ସେମାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଦୀପ ପ୍ରଜ୍ୱଳନ ପୂର୍ବକ ନୀରବ ପ୍ରାର୍ଥନା ସହ ଏକ ମହମବତୀ ଶୋଭାଯାତ୍ରା ଏସଟିଆଇ ଛକଠାରୁ ବାହାରି ବଜାରର ମୂଖ୍ୟ ରାସ୍ତାରେ ପରିକ୍ରମା କରିଥିଲା । ଏଥିରେ ଅନେକ ସାଧାରଣ ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ ।
ରାସ୍ତାର ଉଭୟ ପାର୍ଶ୍ଵରେ ଦୋକାନୀ ଭାଈ ମାନେ ସଦସ୍ୟ ମାନଙ୍କ ଏହି ପ୍ରୟାସକୁ ଭବ୍ୟ ସ୍ୱାଗତ କରିଥିଲେ ଓ ସ୍ଲୋଗାନ ସହିତ ସ୍ୱର ମିଳାଇଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ କୃତିବାସ ମିଶ୍ର, ପ୍ରଦୀପ ଦାସ , ହିମାଂଶୁ ମହାପାତ୍ର, ଅକ୍ଷୟ ଜେନା, ପ୍ରଦୀପ କୁମାର ପଟ୍ଟନାୟକ, ବିଭୁତି ଭୂଷଣ ବିଶ୍ବାଳ, ମନୋଜ ନାୟକ, ପ୍ରଫୁଲ୍ଲ ପାତ୍ର, ପ୍ରଦୀପ କୁମାର ଭୋଇ, ଚନ୍ଦ୍ରକାନ୍ତ ନାୟକ, ସୁମନ୍ତ ଉପାଧ୍ୟାୟ, ୟ୍ବାଇ ମିଶ୍ର, ଦିନେଶ ସିଂହ, ବାବୁ ନାୟକ, ପ୍ରଭାତ ଜେନା, ଉଦିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବଳେ ବିନୋଦ ରାଉତ କାର୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ ।