ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ

J ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ଚଳିତ ମାସ ୩୧ତାରିଖ ଓ ଜାନୁଆରୀ ୧ତାରିଖ ରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ । ଚଳିତ ମାସ ୧୬ତାରିଖରୁ ଆସନ୍ତା ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ପହିଲି ଭୋଗ ନୀତି ନିର୍ଘଣ୍ଟ ହୋଇଛି । ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ସକାଳ ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ନୂତନ sop ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ସମୟ ପରିବର୍ତନ କରାଯିବ । ସକାଳ ୫:୩୦ରୁ ୯:୩୦ପର୍ୟ୍ୟନ୍ତ ଦର୍ଶନ ଚାଲିବ । ବନକ ଲାଗି ଓ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ । ଭକ୍ତ ମାନେ ପାର୍ଶ୍ୱ ଦେବାଦେବୀ, ଗରୁଡ଼ ସ୍ତମ୍ଭ ଦର୍ଶନ ସମେତ ମହାପ୍ରସାଦ ସେବନ କରିପାରିବେ । ଚଳିତ ମାସର ସମସ୍ଥ ରବିବାର ସମେତ ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ ନୂଆବର୍ଷ ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ପୂର୍ବ ପରି କୋଭିଡ କଟକଣା ପାଇଁ ୯୬ଘଣ୍ଟାର rtpcr ରିପୋର୍ଟ ଓ ଡବଲ ଡୋଜ ଟୀକା କରଣର ରିପୋର୍ଟ ଦେଖାଇ ଦର୍ଶନ ପାଇଁ ଯାଇପାରିବେ । ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ପ୍ରବେଶ ନିମନ୍ତେ ଅନ୍ୟ ବୈଠକ ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣାଇଛନ୍ତି । ନୀଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା,ଏସପି କେ ଵିଶାଲ ସିଂ ଓ ଶ୍ରୀମନ୍ଦିର ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଛତିଶା ନିଯୋଗ ର ସମସ୍ଥ ସଦସ୍ୟ ଉପସ୍ଥିତ ଥିଲେ ।