(ଜୟନ୍ତ କୁମାର ସେଠୀ / ଗୋପ) : ନାବାଳକକୁ ଯୌନ ନିର୍ଯାତନା । ପୁଣି ଶ୍ରୀମନ୍ଦିରରେ ଯୌନ ନିର୍ୟାତନା । ଆଉ ଏ ଅଭିଯୋଗ କେହି ବାହର ଲୋକ ନୁହେଁ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କ ନାଁରେ ଆଣିଛନ୍ତି । ଶ୍ରୀମନ୍ଦିର ଭିତରେ ଏପରି ଅଭିଯୋଗ ଲଜ୍ଜାଜନକ । ତେବେ ଏ ଘଟନା ନୂଆ ନୁହେଁ ଏଭଳି ଲଜ୍ଜାଜନକ ଘଟଣା ଅନେକ ଦେଖିବାକୁ ମିଳିଛୀ ଶ୍ରୀମନ୍ଦିରରେ । ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛୀ । ସୂଚନା ଅନୁଯାୟୀ ସୁଆର ସାହିର ନାବାଳକର ବାପା ଅଭିଯୋଗ କରିଛନ୍ତି, ସେ ଦୃଷ୍ଟିହୀନ । ଏଣୁ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ। ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ ମଧ୍ୟ କାମ କରନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି। ଦୁଇମାସ ତଳେ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡୀ ସାହିର ଲଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ୟାତନା ଦେଇଥିଲେ। ଯାହ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ୟ୍ୟକୁ ସେ ଦୃଢ଼ ନିନ୍ଦା କରିବା ସହ ନିଜ ପରିବାରର ସୁରକ୍ଷା ଲୋଡିଛନ୍ତି। ନାବାଳକ ପୁଅର ବୟାନ ନେଇ ତଦନ୍ତ ଆଗକୁ କରିବାକୁ ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ତଦନ୍ତରେ ସେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି। ସିଂହଦ୍ୱାର ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ କହିଛନ୍ତି କି ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ବିଳମ୍ବିତ ରାତିରେ ଅଭିଯୋଗ ହୋଇଥିବାରୁ ତଦନ୍ତ ସକାଳୁ ଆରମ୍ଭ କରିଛନ୍ତି । ଏବଂ ଅଭିଯୁକ୍ତ କୁହାଯାଉଥିବା ଲଷ୍ମୀନାରାୟଣ ଖୁଣ୍ଟିଆଙ୍କୁ ଥାନାକୁ ଆଣି ପଚରାଉଚରା ଚାଲିଛି ବୋଲି ଆଇ ଆଇ ସି ସୂଚନା ଦେଇଛନ୍ତି ।