ଭୁବନେଶ୍ୱର: ସିପିଆଇ(ଏମ-ଏଲ) ରେଡ଼ ଷ୍ଟାରର ପଲିଟ ବ୍ୟୁରୋ ସଦସ୍ୟ କମ୍ରେଡ଼ ଶିବରାମଙ୍କର ୨୮ତାରିଖରେ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଭୁବନେଶ୍ଵର ସ୍ଥିତ ପାର୍ଟି କାର୍ୟ୍ୟାଳୟ ଇନକିଲାବ ଭବନଠାରେ ପାର୍ଟି କେନ୍ଦ୍ର କମିଟିର ବୈଠକ ୨୯ ନଭେମ୍ବର ରୁ ୨ ଡିସେମ୍ବର ପର୍ୟ୍ୟନ୍ତ ବସିଥିଲା। ଏହି ବୈଠକରେ ଆସନ୍ତାବର୍ଷ ୨୪ ସେପ୍ଟେମ୍ୱର ରୁ ୨୯ ସେପ୍ଟେମ୍ୱର ପର୍ୟ୍ୟନ୍ତ କେରଳର କୋଜିକୋଟ ଠାରେ ହେବାକୁ ଥିବା ଦ୍ବାଦଶ ପାର୍ଟି କଂଗ୍ରେସ ପାଇଁ ଚିଠା କାର୍ୟ୍ୟକ୍ରମକୁ ସ୍ଥିର କରାଯାଇଥିଲା।
ଏହି ପାର୍ଟି କଂଗ୍ରେସରେ ଭାରତର ଠୋସ ପରିସ୍ଥିତିରେ ଜନଗଣତାନ୍ତ୍ରିକ ବିପ୍ଳବର କେନ୍ଦ୍ରୀୟ ବିଷୟ ଭାବେ ଶ୍ରେଣୀ ସଂଘର୍ଷ, ଜାତି ବିରୋଧି ସଂଘର୍ଷ ଏବଂ ଲିଙ୍ଗଗତ ବୈଷମ୍ୟତା ବିରୋଧି ସଂଘର୍ଷ ଭିତରେ ଅବିଚ୍ଛେଦ୍ୟ ସଂପର୍କକୁ ଏହି ଚିଠା କାର୍ୟ୍ୟକ୍ରମରେ ପ୍ରାଧାନ୍ୟତା ଦିଆଯାଇଚି। ପୁଞ୍ଜି ଓ ପ୍ରକୃତି ଭିତରେ ଅନ୍ତର୍ବିରୋଧକୁ ପ୍ରଧାନ ଅନ୍ତର୍ବିରୋଧ ଏବଂ ପରିବେଶ ପ୍ରଶ୍ନର ଅବସ୍ଥାନ ସହ ପ୍ରକୃତି ସହ ସନ୍ତୁଳନ ରକ୍ଷା କରି ବିକାଶର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାକୁ ଏହି ଚିଠାରେ ପ୍ରାଧାନ୍ୟତା ଦିଆଯାଇଛି।
ଏହା ସହ କୃଷି କ୍ଷେତ୍ରର କର୍ପୋରେଟିକରଣ ବିରୁଦ୍ଧରେ ନିଜର ଅଟଳ ସଂଘର୍ଷ ଏବଂ ବିଭିନ୍ନ ରାଜ୍ୟର ବିଶେଷ ପରିସ୍ଥିତି ଅନୁଯାୟୀ ଆଇନଗତ ଗ୍ୟାରେଣ୍ଟି ସହ ସର୍ବନିମ୍ନ ସହାୟକ ମୂଲ୍ୟ(ଗଝଚ) ଏବଂ ମଣ୍ଡି (ଇଚଗଉ) ପ୍ରତିଷ୍ଠା ପାଇଁ କୃଷକମାନଙ୍କ ସଂଘର୍ଷକୁ ସମର୍ଥନ ଦେବା ସହ ଆନ୍ଦୋଳନକୁ ଆଗେଇନେବାର ରଣନୀତି ପ୍ରସ୍ତୁତ ହୋଇଛି କ୍ଷ କେନ୍ଦ୍ରୀୟ କମିଟି, ରାଷ୍ଟ୍ରୀୟ ପରିସ୍ଥିତିର ବିଶ୍ଳେଷଣ ଆଧାରରେ ଏବଂ ବିଶ୍ବର ବିବିନ୍ନ ଅଂଶରେ ନବ୍ୟ-ଫାଶିବାଦ ଉତ୍ଥାନ ପରିପ୍ରେକ୍ଷୀରେ ଭାରତର ବିଶେଷ ପରିସ୍ଥିତିରେ ଆର.ଏସ.ଏସ ନେତୃତ୍ବରେ ଚାଲିଥିବା କର୍ପୋରେଟ-ଗୈରିକ ଫାଶିବାଦୀ ଶାସନ ବିରୁଦ୍ଧରେ ସଂଘର୍ଷକୁ ଆଗେଇନେବାର ନିର୍ଣ୍ଣୟ ନେଇଛି। ଏହାର ଅଂଶ ଭାବେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନରେ “ବିଜେପିକୁ ପରାସ୍ତ କର, ଗଣତନ୍ତ୍ର ରକ୍ଷା କର” ନାରା ଆଧାରରେ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି। ଆହୁରୀ ମଧ୍ୟ ମୋଦି ସରକାରକୃତ ତୈଳ ଦରରେ ବୃଦ୍ଧି, ଯାହା ଫଳରେ ସମସ୍ତ ବସ୍ତୁର ଆକାଶଛୁଆଁ ଦରବୃଦ୍ଧି ଘଟୁଚି, ତା’ ବିରୁଦ୍ଧରେ କେନ୍ଦ୍ରୀୟ କମିଟି ସର୍ବଭାରତୀୟ ସ୍ତରରେ ସଂଘର୍ଷର ଆହ୍ବାନ ଦେଇଚି।