ଗଞ୍ଜାମ/ହର ପ୍ରସାଦ ବିଶୋଇ: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବେଗୁନିଆପଡା ବ୍ଲକର ୩୧,୩୫୦ ପରିବାର ପାଇବେ ସ୍ଵାସ୍ଥ୍ୟ ସୁବିଧା ଓ ଏହି ଯୋଜନା କାର୍ୟ୍ୟକାରୀ କରି ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ବ୍ଲକ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ୨୩ ଗୋଟି ମହାସଂଘର ୪ ଜଣ ଲେଖାଏଁ କର୍ମକର୍ତା ଡକାଯାଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶୀଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ବିପିଏମ ଜ୍ଞାନ ରଞ୍ଜନ ରାଉତ ,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା,ଯୋଗାଣ ଅଧିକାରୀ ଧିରେନ ସାହୁ, ଶିଶୁ ପ୍ରକଳ୍ପ ଅଧିକାରୀ ସନ୍ଧ୍ୟାରାଣୀ ପ୍ରାଣିଗ୍ରାହୀ, ବ୍ଲକ ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ବେହେରା ପ୍ରମୁଖ। ସ୍ୱୟଂ ସହାୟିକା ଗୋଷ୍ଠିର ର ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କାର୍ଡର ଉପାଦେୟତା ଓ ବଣ୍ଟନ ସମ୍ପର୍କ ରେ ତାଲିମ ପ୍ରଦାନ କରିବା ସହ ଏ ସମ୍ବନ୍ଧୀୟ ଏକ ପୁସ୍ତିକା ପ୍ରଦାନ କରାଯାଇଥିଲା ଓ ଏହି ବ୍ଲକ ରେ ୨୩ ଗୋଟି ପଞ୍ଚାୟତ ଥିବା ବେଳେ, ସାନଉସ୍ତାପଡ଼ା ର ୭୫୬,ଚନ୍ଦନପୁର ୧୩୭୦, ଦିଗପାଡା ୧୫୬୧,ଷଣ୍ଢମୂଳ ୧୧୨୪, ସୁମଣ୍ଡଳ ୧୦୫୩, କାଳିମେଘି ୧୨୯୮ଚିଙ୍ଗୁଡ଼ିଖୋଲ ୭୬୮,ବୁରୁଝରୀ ୧୫୯୩, ବେରୁଆଁବାଡ଼ି ୧୨୨୫,ଖଣ୍ଡିଆନଈ ୧୪୯୪,ବଡ଼ଖଇରଖମା ୧୮୦୨,କେ ବରିଡା୧୮୬୬,ତାଳସର୧୪୬୧,କୁମ୍ଭାରଗାଁ ୧୦୪୪,ଶାଙ୍କୁଡ଼ା ୧୦୪୮,ମର୍ଦ୍ଧକୋଟ ୧୭୧୭, ମଠ ସରସିଂ ୧୫୨୮, ବେଗୁନିଆପଡା ୧୦୬୦, ଅଙ୍ଗାରଗାଁ ୧୩୯୯, ମର୍ଦ୍ଧମେଖ ୨୫୩୬, ଏସ ଛଚିନା ୧୭୩୫, ଫାସୀ ୧୯୧୨ ପଞ୍ଚାୟତର ପରିବାର ପାଇବେ ଏହି କାର୍ଡ ।
ସୂଚନା ଅନୁଯାୟୀ ଆଗାମୀ ୧୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷୋତ୍ତମପୁରଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି ।