କୁଡାପଡା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ବିଶ୍ବ ଏଡସ ଦିବସ ପାଳିତ

(ସୋନପୁର / ଓମ ପ୍ରକାଶ ମିଶ୍ର) : ଆଜି ହେଉଛି ବିଶ୍ୱ ଏଡସ ଦିବସ । ବିଭିନ୍ନ ଜିଲ୍ଲାରେ ଏଡସ ଦିବସ ପାଳନ କରାଯାଉଛି । ତେବ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର ଉପଖଣ୍ଡ ଡାକ୍ତରଖାନା ଅଧିନସ୍ଥ କୁଡାପଡା ସ୍ଥିତ ସ୍ବାସ୍ଥ୍ୟଉପକେନ୍ଦ୍ର ଠାରେ ଆଜି ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଛି ।ଏହିକାର୍ୟ୍ୟକ୍ରମରେ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ସୌମିତି ପଣ୍ଡା ଯୋଗଦେଇଥିଲେ । ଏଡସର ଭୟାବହତା ସମ୍ପର୍କରେ ସୁଚନା ଦେବା ସହିତ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରତିମା କୁଆଁର ଏଡସ ଭଳି ରୋଗରୁ କିପରି ନିଜକୁ ଦୁରେଇ ରଖିବା ସେ ନେଇ ଆଲୋଚନା କରିଥିଲେ ।