ଆଜି ହେଉଛି ବିଶ୍ୱ ଏଡ୍ସ ଦିବସ

(ଜୟନ୍ତ କୁମାର ସେଠୀ / ଗୋପ) : ଡିସେମ୍ବର ମାସ ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଏ । ଏଡ୍ସ ରୋଗର ଭୟାବହତା ଓ ଏ ନେଇ କିଭଳି ସାବଧାନତା ଅବଲମ୍ବନ କରାଯାଇ ପାରିବ ସେ ନେଇ ସାରା ବିଶ୍ୱରେ ସଚେତନତା ବାର୍ତା ଦେବା ଉଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ଏକ ତାରିଖକୁ ୟୁନେର ସଦସ୍ୟ ରାଷ୍ଟ୍ର ମାନେ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ବାଲୁକା ଚିତ୍ରକଳାରେ ଏଡ୍ସ କୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ସୁଦର୍ଶନ ଅତି ସୁନ୍ଦର ଭାବେ ବାଲୁକା ଚିତ୍ରକଳାଟି ଗଢି ଥିବା ବେଳେ ଚିତ୍ରରେ ରେଡ଼ ରିବନକୁ ସ୍ଥାନ ଦେଇ ଥିବା ବେଳେ ଏଡ୍ସକୁ ନେଇ ସଚେତନତା ବାର୍ତା ମଧ୍ୟ ଦେଇଛନ୍ତି।