(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ) : ମୁଣ୍ଡାରୀ, ସାନ୍ତାଳୀ ହୋ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା । ଏବଂ ସାନ୍ତାଳୀ କୁ ଭାଷାଗତ ସଂଖ୍ୟାଲଘୁ ଏବଂ ମୁଣ୍ଡାରୀ ,ଭୁମିଜ ଏବଂ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଲାଗି ଦୀର୍ଘ ଦିନ ଧରି ବହୁ ସଙ୍ଗଠନ ବହୁ ବାର ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କ୍ରମାଗତ ଅଣଦେଖା କରି ଆସୁଛନ୍ତି।ଏଣୁ ଉକ୍ତ ଦାବି ଗୁଡିକୁ ହାସଲ କରିବା ପାଇଁ ଜିଲ୍ଲାର ଆଦିବାସୀ ଯୁବଛାତ୍ର ସଙ୍ଗଠନ ମାସକ୍ଷଆର୍ମି ତରଫରୁ ଆସନ୍ତା ୨୯ତାରିଖ ସୋମବାର ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ମାସ ଆର୍ମି ପକ୍ଷରୁ ଅଣ ରାଜନୈତିକ ଭଞ୍ଜସେନା ସଙ୍ଗଠନକୁ ଏହି ନ୍ୟାୟ ଦାବି ଗୁଡିକୁ ହାସଲ କରିବା ପାଇଁ ହେଉଥିବା ମୟୁରଭଞ୍ଜ ବନ୍ଦରେ ସାମିଲ ହେବାକୁ ନିବେଦନ କରାଯାଉଥିବା ବେଳେ,ଉଭୟ ଭଞ୍ଜସେନା ଏବଂମାସ ଆର୍ମି ସଙ୍ଗଠନର ବରିଷ୍ଠ କର୍ମକର୍ତ୍ତାଙ୍କ ଏକ ମିଳିତ ସଭା ଅନୁଷ୍ଠିତ ହୋଇଯାଇଛି।ଆଗାମୀ୨୯ତାରିଖ ସୋମବାର ଆହ୍ୱାନ ଦିଆଯାଇଥିବା ମୟୁରଭଞ୍ଜ ବନ୍ଦ ଡାକରାକୁ ଭଞ୍ଜସେନା କେବଳ ନୋୟତିକ ସମର୍ଥନ ଦେବବୋଲି ଭଞ୍ଜସେନା ଆଦିବାସୀ ଶାଖା ଜିଲ୍ଲା ସଭାପତି ବାଜୁନ ହାଁସଦା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।ଆଜିର ସଭାରେ ମାସ ଆର୍ମିର ନେତା ଶୁକୁଲାଲ ମାରାଣ୍ଡିଙ୍କ ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହିତ ଭଞ୍ଜସେନାର ଜିଲ୍ଲା କାର୍ୟ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ,ଜିଲ୍ଲା ସଭାପତି ପିଣ୍ଟୁ ମାଇତି,ଜିଲ୍ଲା ଙଈଉ ଶାଖା ସଭାପତି ରାକେଶ ବେହେରା,କୋପତିପଦା ଉପଖଣ୍ଡ ସଭାପତି ରବୀନ ମହାନ୍ତି,ଜିଲ୍ଲା ଯୁବ ଶାଖା ସଭାପତି ମାନସ ବେହେରା,ବାରିପଦା ସହର ସଭାପତି ପ୍ରୀତମ ପଣ୍ଡା ପ୍ରମୁଖ ସାମିଲ ଥିଲେ।