(ଗଞ୍ଜାମ / ହର ପ୍ରସାଦ ବିଷୋଇ) : ବେଗୁନିଆପଡ଼ା ବ୍ଳକ ସ୍ଥିତ ସୁମଣ୍ଡଳ ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।ଏହି କାର୍ୟ୍ୟକ୍ରମ ରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି।ମୋହନପୁର ସାହି ରେ କୋଠଘରକୁ ଉଦଘାଟନ କରିଥିବା ବେଳେ ଭାଲିଆଝର ହରିଜନ ସାହି କୋଠଘର ,ବସ ଷ୍ଟାଣ୍ଡ ନିକଟରେ ବଜାର ଗୃହ ଓ ପଂଚାୟତ ସହାୟତା କେନ୍ଦ୍ର, ସଉରପଲ୍ଲୀ ଠାରେ ନାମ ମନ୍ଦିର ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟିକା । ଏହି ଅବସରରେ ଏକ ସାଧାରଣ ସଭା ରେ ଯୋଗଦେଇ ପଞ୍ଚାୟତ ତଥା ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ୟ୍ୟ ଉପରେ ଆଲୋଚନା କରିଥିଲେ।
ଏହି କାର୍ୟ୍ୟକ୍ରମରେ ବିଧାୟିକାଙ୍କ ସମେତ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ସାହୁ , ସମିତି ସଭ୍ୟା ସଷ୍ଟମା ସ୍ୱାଇଁ , ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।